Odiapua.com

ନାବାଳିକା କୁ ଦୁଷ୍କର୍ମ, ଜଣେ ଅଟକ

ହାଟଡ଼ିହି- ୨୪/୬/ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ଇଞ୍ଚୋଳ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ଜଣେ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଖବରରୁ ଜଣାଯାଇଛି ଯେ ଗ୍ରାମର ଜଣେ ଯୁବକ ଗତକାଲି ରାତିରେ ଏହି ୧୫ବର୍ଷୀୟ ଝିଅକୁ ଜୋର ଜବରଦସ୍ତ ଉଠାଇନେଇ ସ୍କୁଲ ପଛପାଖ ବିଲରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଝିଅଟି ବେହୋସ ହୋଇଯିବାରୁ ଯୁବକ ଜଣକ ଛାଡି ପଳାଇ ଆସିଥିଲା। ଏପଟେ ଝିଅର ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି କରି ପାଇ ନଥିଲେ। କିନ୍ତୁ ଆଜି ଭୋର ସମୟରେ ଝିଅ ସ୍କୁଲପଛପଟେ ପଡିଥିବା ଖବର ପାଇ ପରିବାର ଲୋକେ ଝିଅକୁ ଯାଇ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଛନ୍ତି। ଏ ସମ୍ପର୍କରେ ଝିଅର ପରିବାର ଲୋକେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିବାବେଳେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।