Odiapua.com

ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ଶିକ୍ଷକ ଗିରଫ

ମାଲକାନଗିରି, ୧୮ା୫ (ଓଡିଆ ପୁଅ ) ଜଣେ ନାବାଳିକାକୁ ମିଥ୍ୟାପ୍ରଲୋଭନ ଦେଖାଇ ଜଣେ ଶିକ୍ଷକ ତାଙ୍କ ସହିତ ଶାରୀରିକସଂପର୍କ ରଖି ଗର୍ଭବତୀ କରିବା ଅଭିଯୋଗରେ ଆଜି ପୁଲିସ ଶିକ୍ଷକଙ୍କୁ ଗିରଫ କରିଛି। ଏପରି ଆଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ଡୁଡାମେଟା ପଞ୍ଚାୟତ ଅଞ୍ଚଳରେ। ଡୁଡାମେଟା ପଞ୍ଚାୟତ କିଚିପାଲି ଗ୍ରାମର ସମରା ପଡିଆମି (୨୬) ଯିଏ କି ଚାଲାଣଗୁଡା ପଞ୍ଚାୟତ ନୁଆଗୁଡା ଗ୍ରାମର ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟକରନ୍ତି। ସେ ଜଣେ ନାବାଳିକା କୁ ନାନା ପ୍ରକାର ମିଥ୍ୟାପ୍ରୋଲଭନ ଦେଖାଇ ସେହି ନାବାଳିକା ସହିତ ବାରମ୍ବାର ଶାରୀରିକ ସଂପର୍କି ରଖି ଆସୁଥିଲେ। ଏହି କଥା ଘରେ କିମ୍ବା ଆଉ କାହାକୁ ଜଣାଇଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଆସୁଥିଲେ। ସେହି ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ପରିବାର ଲୋକେ କିଏ ଏପରି କଲା ବୋଲି ପଚାରିବାରୁ ନାବାଳିକା ଜଣଙ୍କ ସେ ଶିକ୍ଷକଙ୍କ ନାମ କହିଥିଲେ। ନାବାଳିକାଙ୍କ ବଡ ଭାଇ ତାଙ୍କ ଭଉଣୀପ୍ରତି ଶିକ୍ଷକ ସମରା ଶାରୀରିକ ସଂପର୍କ ରଖି ଗର୍ଭବତୀ କରିଥିବାର ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏ ସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୧୫୫ /୨୦ ରେ କେସ ରୁଜୁକରା ଯାଇ ଥାନାଅଧିକାରୀ ରାମପ୍ରସାଦ ନାଗ ଓ ମହିଳା ସବଇନିସ୍ପେକ୍ଟର ସନ୍ତୋଷି ବାରିକ ଏହାର ତଦନ୍ତ ଆରମ୍ଭ କରିଥିଲେ। ଶିକ୍ଷକ ସମରା ପଡିଆମି ଙ୍କୁ ମାଲକାନଗିରି ଥାନାପୁଲିସ ଆଜିଗିରଫ କରି ଅଧିକତଦନ୍ତ ଚଳାଇଛନ୍ତି, ଶିକ୍ଷକ ମାନଙ୍କୁ ଗୁରୁଜୀ ବୋଲି ଡାକାଯାଇଥାଏ, ଗୁରବ୍ରହ୍ମା ଗୁରୁ ମହେଶ୍ୱର..ବୋଲି ପୁଜା କରିଥାନ୍ତି, ହେଲେ ସେହି ଗୁରୁଜୀ ଜଣଙ୍କ ଜଣେ ନିରିହା ନାବାଳିକା ଙ୍କ ପ୍ରତି ଶାରୀରିକ ସଂପର୍କ ରଖି ଗର୍ଭବତୀ କରିବା ଘଟଣା ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟପାଲଟିଛି।