ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ଥାନା ଅନ୍ତର୍ଗତ ଚନ୍ଦନ ବିନ୍ଧା ଗ୍ରାମରେ ଜଣେ ଟ୍ୟୁସନ ସାର ନାବାଳିକା ଛାତ୍ରୀ ଙ୍କୁ ଅସଦାଚରଣ ଚରଣ କରିଥିବା ନେଇ ସମ୍ପୃକ୍ତ ନାବାଳିକା ର ବାପା ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରାପ୍ତ ଖବର ଅନୁଯାଇ ସମ୍ପୃକ୍ତ ଛାତ୍ରୀ ଜଣଙ୍କୁ ସେହି ଗ୍ରାମର ଅଜିତ ଭୋଇ ନାମକ ଜଣେ ଯୁବକ ପରୀକ୍ଷା ଆଳ ଦେଖାଇସେହି ଗ୍ରାମର ଜଣେ ନାବାଳିକା କୁ ସନ୍ଧ୍ୟା ୬ଟା ବେଳେ ଟ୍ୟୁସନ ଆସିବାକୁ ଫୋନ କରିଥିଲେ। ପରେ ଝିଅ ଟି ଟ୍ୟୁସନ ଆସିବା ପରେ ଅସଦାଚରଣ କରିଥିଲେ। ଏନେଇ ସମ୍ପୃକ୍ତ ନାବାଳିକା ଜଣକ ନିଜ ଘରେ କହିବା ପରେ ନାବାଳିକା ର ବାପା ଚାନ୍ଦବାଲି ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଆଜି ସମ୍ପୃକ୍ତ ଯୁବକ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ କାରୀଙ୍କ ନିକଟରୁ ପ୍ରକାଶ।