Odiapua.com

ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ନୟାଗଡ଼, ୧୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସଦର ଥାନା ଅନ୍ତର୍ଗତ ସୀତାରାମପୁର ଗ୍ରାମର ଜଣେ ୧୭ବର୍ଷିଆ ନାବାଳିକାକୁ ନିକଟସ୍ଥ ଢେଙ୍କେଣା ଗ୍ରାମର ପ୍ରମୋଦ ଜେନା(୨୧) ଅପହରଣ କରିବା ମାମଲାରେ ପୁଲିସ ବଉଦରୁ ଗିରଫ କରିଥିବା ଜଣାପଡ଼ିଛି। ଗତ ୪ମାସ ତଲେ ପ୍ରମୋଦ ସୀତାରାମପୁର ଗ୍ରାମର ନାବାଳିକାକୁ ଅପହରର କରିଥିବା ନାବାଳିକା ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୁଲିସ ୬୧/୧୮ନଂରେ ଏକ ମାମଲା ରୁଜୁ କରି ପ୍ରମୋଦକୁ ଖୋଜୁଥିଲା। ପ୍ରମୋଦ ନାବାଳିକାକୁ ନେଇ ରାଜ୍ୟ ବାହାରକୁ ପଳାଇ ଯାଇଥିବାରୁ ପୁଲିସ ସେମାନଙ୍କ ଟେର ପାଇପାରିନଥିଲା। ଗତକାଲି ବିଶେଷ ସୂତ୍ରରୁ ଖବରପାଇ ପୁଲିସ ବଉଦର ସହରର ବିଭିନ୍ନ ସ୍ଥାନରେ ଚଢାଉ କରଥିଲା। ସେମାନେ ଏକ ଭଡ଼ା ଘରେ ଥିବାବେଳେ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ସଦରଥାନା ଏସଆଇ ରିନାରାଣୀ ସାହୁ ସଦଳବଳେ ବଉଦରୁ ଧରି ନୟାଗଡ଼କୁ ଆଣିଥିବା ଥାନାଅଧିକାରୀ ମନୋରମା ମଲ୍ଳିକ ସୂଚନା ଦେଇଛନ୍ତି।