Odiapua.com

ନାବାଳିକା ଅପହରଣକୁ ନେଇ ରଣପୁର ଥାନାରେ ୩ ଅଟକ

ନୟାଗଡ/୦୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଦିନକୁ ଦିନ ନାବାଳିକା ଅପହରଣ ଘଟଣା ବଢିବାକୁ ଲାଗିଛି। ଯାହା ପଂଳରେ ପୋଲିସ୍ ର ଚିନ୍ତା ବଢିବାରେ ଲାଗିଛି। ଅପହୃତାକୁ ଧରିବା ପାଇଁ ଦିନରାତି ଏକ କରିଦେଇଛି। ଲୋଧାଚୁଆ ଗ୍ରାମ ପଂଚାୟତରୁ ଏକ ନାବାଳିକା ଅପହରଣ ହୋଇଥିବା ରଣପୁର ଥାନାରେ ଅଭିଯୋଗ ହୋଇଛି। ରଣପୁର ଥାନା ଇନିସ୍‌ପେକ୍ଟର ବିଭିନ୍ନ ଗ୍ରୁପ୍ କରି ଅପହୃତା ନାବଳିକାକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଅପହରଣରେ ସମ୍ପୃକ୍ତ ଥିବା ବଜ୍ରକୋଟ ଗ୍ରାମର ୩ଜଣଙ୍କୁ ୨ ଦିନ ହେଲା ରଣପୁର ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛନ୍ତି। ଏ ସମ୍ପର୍କେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରଣପୁର ରୁ ନାବାଳିକା ଅପହରଣ ନେଇ ପୋଲିସ୍ ସଜାଗ ଦୃଷ୍ଟି ରଖିଛି। ଖୁବ୍ କମ୍ ସମୟରେ ଅପହୃତା ନାବାଳିକାକୁ ଉଦ୍ଧାର କରାଯିବ। ଉଦ୍ଧାର ପରେ ଗଣ ମାଧ୍ୟମକୁ ସୂଚନା ଦିଆଯିବ।