Odiapua.com

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ଥାନାରେ ଏତଲା

ମୟୁରଭଞ୍ଜ, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଏବେ ମୟୁରଭଞ୍ଜରୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ। ତେବେ ମିଳିଥିବା ଅଭିଯୋଗ ଅନୁଯାୟୀ, ଗୋରୁମହିଷାଣୀ ଥାନା ମାଣିକପୁର ଅଞ୍ଚଳର ଜଣେ ନାବାଳିକାକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କରକଟିଆ ଗ୍ରାମର କଙ୍କା ମୂର୍ମୂଙ୍କ ପୁଅ ପ୍ରିଥୀ ମୂର୍ମୂ (୨୧) ଅପହରଣ କରି ପ୍ରାୟ ୧୫ ଦିନରୁ ଅଧିକ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଏହାକୁ ନେଇ ପିଡିତାଙ୍କ ପରିବାର ପକ୍ଷରୁ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପରେ ଅଭିଯୋଗକୁ ଆଧାର କରି ଗୋରୁମହିଷାଣୀ ପୋଲିସ ପ୍ରିଥି ମୂର୍ମୂକୁ ଗିରଫ କରିଥିଲା। ପରେ ଉକ୍ତ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଥିବା ସୂଚନା ମିଳିଛି।