Odiapua.com

ନାବାଳିକାକୁ ପ୍ରେମ ଯୁବକକୁ ମହଙ୍ଗା ପଡ଼ିଲା

ନୟାଗଡ଼ ୨୧/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୁଳାସର ଗ୍ରାମରେ ଏକ ନାବାଳିକାକୁ ଅସଦାଚରଣ ଓ ଅପହରଣ ନେଇ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗ ପାଇ ଅଭିଯୁକ୍ତ ଯୁବକକୁ ନୟାଗଡ ପୋସ୍କୋ ଅଦାଲତକୁ ଚାଲାଣ କରିଥିବା ଜଣାପଡ଼ିଛି। ଗତ ଏପ୍ରିଲ ୧୩ ତାରିଖରେ ନାବାଳିକାକୁ ଅସଦାଚରଣ ସହ ଅପହରଣ କରିଥିବା ପିଡ଼ିତା ନାବାଳିକାର ମା’ ଫାଣ୍ଡିରେ ଅଭିଯୋଗ କରିଥିଲେ। ରାଜସୁନାଖଳା ଫାଣ୍ଡି ଅତିରିକ୍ତ ଉପନିରୀକ୍ଷକ ମୁଜୁବୁର ରହମନ୍ ଖାଁନ୍ ବେଗୁନିଆ ଥାନା ବଡ଼ପଦର ଗ୍ରାମରୁ ଅଭିଯୁକ୍ତ ଆଲୋକ ମହାରଣା (୨୫) କୁ ଗିରଫ କରିବା ସହ ନାବାଳିକା ପିଡ଼ିତାକୁ ଉଦ୍ଧାର କରିଥିଲେ।

ନାବାଳିକା ପିଡ଼ିତାକୁ ନାବାଳିକା ବାଳ ସୁଧାର ଗୃହ ନୟାଗଡ଼କୁ ଛାଡିଥିବା ବେଳେ ଅଭିଯୁକ୍ତ ଆଲୋକ ମହାରଣାକୁ ନୟାଗଡ଼ ପୋସ୍କୋ ଅଦାଲତକୁ ଚାଲାଣ କରିଛନ୍ତି। ଘଟଣାରୁ ପ୍ରକାଶ ପିଡିତା ନାବାଳିକାକୁ ଅଭିଯୁକ୍ତ ୨ ବର୍ଷ ହେଲା ଭଲପାଇ ଆସୁଥିଲା। ଘଟଣା ଦିନ ନାବାଳିକା କୁ ଅପହରଣ କରିନେଇ ମନ୍ଦିରରେ ବିବାହ କରିସାରିଥିଲା। ନାବାଳିକା କୁ ପ୍ରେମ କରି ଭଲପାଇବା, ଅପହରଣ କରି ବିବାହ କରିବା ପ୍ରେମିକ ଯୁବକ ଆଲୋକଙ୍କୁ ମହଙ୍ଗା ପଡ଼ିଲା। ଏବେ ଜେଲ ହାଜତରେ।