Odiapua.com

ନାବାଳିକାକୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରି ଫେରାର ହୋଇଥିବା ପ୍ରେମିକ ଗିରଫ

ପାଟଣା ୨୫-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ୬ ମାସର ଗର୍ଭବତୀ କରି ଗତ ୨୦୧୫ ମସିହା ନଭେମ୍ବର ମାସରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ପିଛୁଳି ଗ୍ରାମର ଫେରାର ହୋଇଯାଇଥିବା ଅଭିଯୁକ୍ତ ଅକ୍ଷୟ ନାଏକକୁ ପାଟଣା ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।

ଅକ୍ଷୟ ନାବାଳିକାକୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା ନାବାଳିକା ଜଣକ ଗର୍ଭବତୀ ହେବା ପରେ ଘଟଣା ଜଣାପଡିଥିଲା। ଘଟଣା ଜଣା ପଡିବାରୁ ଗ୍ରାମରେ ସଭା ବସି ଉଭୟଙ୍କୁ ବିବାହ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା ବିବାହ କଥା ଜାଣି ପାରିବା ପରେ ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଥିଲା।ନାବଳିକାର ପରିବାର ପକ୍ଷରୁ ଏନେଇ ପାଟଣା ଥାନାରେ ଅଭିଯୋଗ ପରେ ପାଟଣା ପୋଲିସ ଫେରାର ଥିବା ପ୍ରେମିକ ଅକ୍ଷୟ କୁ ରାଇରଙ୍ଗପୁର ଅଞ୍ଚଳରୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ପାଟଣା ଥାନା ଅଧିକାରୀ ସଂଧ୍ୟାରଣୀ ଜେନା ସୂଚନା ଦେଇଛନ୍ତି।