ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଥାନା ପଛପଟ କସାବମହଲା ଗ୍ରାମର ଜୈନିକା ଏକ ନାବାଳିକାକୁ ଅପହରଣ କରିବା ସହ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ କରିବା ଧାମନଗର ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଥାଉକି କସାବମହଲା ଗ୍ରାମର ଜୈନିକାନାବାଳିକାକୁ ଗତମାସ ୨୪ ଡ଼ିସେମ୍ବର ୨୦୨୧ ସକାଳ ୫.୩୦ମିନିଟ୍ ସମୟରେ ଧାମନଗର ଥାନା ଛକରୁ ଜୈନିକା ରାଣୀମହୁମାଛି ଉକ୍ତ ନାବାଳିକାକୁ ଫୋନକରି ଡ଼ାକିଥିଲେ ଏବଂ ସେ ଆସିଲାପରେ ଏକ ଟେମ୍ପୁ ମାଧ୍ୟମରେ ଉଭୟ ଭଦ୍ରକ ଯାଇଥିଲେ । ଭଦ୍ରକରେ ପହଂଚିବାପରେ ଆଉ ଦୁଇଜଣ ଯୁବକ ସେଠାରେ ପହଂଚି ଉକ୍ତ ନାବାଳିକାକୁ ଏକ ଘରକୁ ନେଇଥିଲେ । ସେଠାରେ ରାଣୀ ମହୁମାଛିକୁ କିଛି ଟଙ୍କା ଦେବାପରେ ଉକ୍ତ ନାବାଳିକାକୁ ହାତଗୋଡ଼ବାନ୍ଧି ନିଶା ଇଞ୍ଜେକ୍ସନ ଦେଇଥିଲେ । ପରେ ଉକ୍ତ ନାବାଳିକାକୁ ବାରମ୍ବାର ନିଶା ଇଂଜେକ୍ସନଦେଇ ବିଭିନ୍ନ ସମୟରେ ଗଣଦୁଷ୍କର୍ମ କରାଯାଇଥିଲା । ପ୍ରାୟ ଚାରି ପାଞ୍ଚ ଦିନପରେ ନାବାଳିକାର ହୋସ ଆସିବାପରେ ନିଜକୁ ଦୁର୍ବଳ ଭାବିଥିଲା ଏବଂ ୪ତାରିଖ ଦିନ ନାବାଳିକାର ବାପାକୁ ଫୋନ ଆସିଥିଲା ତୁମ ଝିଅ ଭଦ୍ରକରେ ଅଛି ତାକୁ ନେଇଯାଅ । ନିରୁପାୟ ହୋଇ ନାବାଳିକାର ବାପା ଧାମନଗର ପୋଲିସ ସହାୟତାରେ ଉକ୍ତ ପିଡ଼ିତା ନାବାଳିକାକୁ ଧାମନଗରକୁ ଆଣିଥିଲେ ଏବଂ ଏ ସମ୍ପର୍କରେ ଧାମନଗର ଥାନାରେ କେସ ନଂ ୭/୨୨ରେ ଏକ ମାମଲା ରୁଜୁକରିବା ସହିତ ଯାଜପୁର ଜିଲ୍ଳାର ଜୈନିକ ଯୁବକକୁ ଥାନାରେ ଅଟକରଖି ପଚରାଉଚୁରା କରୁଛନ୍ତି । ଆଜି ନାବାଳିକାକୁ ଧାମନଗର ମେଡ଼ିକାଲରେ ଡ଼ାକ୍ତରୀମାଇନା କରାଯାଇ ତାଙ୍କ ବାପାଙ୍କ ଜିମା ଦିଆଯାଇଛି । ତେବେ ଏ ନେଇ ଏକ ବଡ଼ ରାକେଟ ଉକ୍ତ ଘଟଣା ପଛରେ ହାତଥାଇପାରେ ପୋଲିସ ଅନୁମାନ କରୁଥିବାବେଳେ ତଦନ୍ତର ବାଧା ଉପୁଜିବାରୁ କିଛି ତଥ୍ୟ ଲୁକାୟିତ ରଖାଯାଇଛି ବୋଲି ଥାନାଅଧିକାରୀ ଶ୍ରୀବଲ୍ଳଭ ସାହୁ ପ୍ରକାଶ କରିଛନ୍ତି ।