Odiapua.com

ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ।

ମାଲକାନଗିରି ,୧୦ା୧୧(ଓଡିଆ ପୁଅ ) ଜଣେ ନାବାଳିକା କୁ ଅପହରଣ କରି ଦୁଷ୍କର୍ମ କରିବା ତାପରେ ସେ ଗର୍ଭବତୀ ହେବା ଘଟଣାରେ ଅଭିଯୁକ୍ତ ଙ୍କୁ ଆଜି ମାଲକାନଗିରି ଏଡିଜେ କୋର୍ଟ ପକ୍ଷରୁ ୨୦ବର୍ଷ ଆଜିବନ କରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ରାୟଶୁଣା ଯାଇଛି । ଗତ ୨୦୧୬ ମସିହା ବାଲିମେଳା ଖାଡେଙ୍ଗା ସାହିରେ ରହୁଥିବା ଜଣେ ନାବାଳିକା କୁ ମାଲକାନଗିରି ଥାନା ଏମଭି ୬ଗ୍ରାମର ଅଜୟ ସିକଦାର ଅପହରଣ କରିନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଯହା ଫଳରେ ସେହି ନାବାଳିକା କିଛିମାସପରେ ଗର୍ଭବତୀ ହୋଇଯାଇଥିଲେ । ଏ ସଂପର୍କରେ ନାବାଳିକା ଙ୍କ ପିତା ଓରକେଲ ଥାନାରେ ଅଭିଯୋଗ କରିବା ପରେ ଥାନା କେସ ନମ୍ବର ୨୦,ତା ୮.୩.୨୦୧୬ ରିଖରେ ମାମଲା ରୁଜୁ କରି ତତକାଳିନ ମହିଳା ସବଇନିସ୍ପେକ୍ଟର ସନ୍ତୋଷି ବାରିକ ତଦନ୍ତ କରି ଅଭିଯୁକ୍ତ ଅଜୟ ସିକଦାରଙ୍କୁ ଦଫା ୩୬୩,୩୬୬(ଏ), ୩୭୬(୨ଏନ),୩୨୩,୫୦୦ ଓ ପୋସ୍କ ଆଇନ ଲାଗୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି କେସ ମାଲକାନଗିରି ଏଡିଜେ କୋର୍ଟରେ ବିଚାର ଚାଲିଥିଲା । ଆଜି ଏହାର ଶେଷ ଶୁଣାଳି ଥିଲା,ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ ମହଲତ ସା ମୋଟ ୨୭ଜଣ ସାକ୍ଷି ଙ୍କ ବୟାନକୁ ଭିତିକରି ଅଭିଯୁକ୍ତ ଅଜୟଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହାଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି । ଏହି କେସ ଟିକୁ ସରକାରି ଓକିଲ ଲମ୍ବୋଧର ତୁରୁକ୍ ପରିଚାଳନା କରିଥିଲେ ।