Odiapua.com

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ମୈାଲବୀ ଗିରଫ

କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମରେ ଜନୈକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଟାଉନ ଥାନା ପୋଲିସ ଅଭିଯୁକ୍ତ ମୈାଲବୀ ଅବଦୁଲ ସଲାମ(୪୨)ଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି। ପିଡିତା ନାବାଳିକାର ମାତାଙ୍କ ଅଭିଯୋଗକୁ ଆଧାରକରି ପୋଲିସ ୩୬/୨୦୨୦ରେ ଆଇପିସିର ଦଫା ୨୯୪, ୩୪୧, ୩୪୨, ୩୫୪, ୫୦୬, ୫୦୯ ଓ ପୋକ୍ସୋ ଆଇନର ୧୨ଦଫାରେ ଗିରଫ କରି କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲେ। ଜାମିନ ନାମଞ୍‌ଜୁର ହେବାରୁ ଅଭିଯୁକ୍ତଙ୍କୁ ବାରିମୂଳ ଜେଲକୁ ପଠାଇଦିଆଯାଇଛି।