Odiapua.com

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କୋରେଇ ୫ା୭ (ଓଡ଼ିଆ ପୁଅ/ଭାସ୍କର ସାହୁ) ପାଣିକୋଇଲି ଥାନା ଅନ୍ତର୍ଗତ ଶଗଡି ଗ୍ରାମରେ ଆଜି ସକାଳୁ ଶୌଚପାଇଁ ଯାଇଥିବା ଜୈନିକ ନାବାଳିକାକୁ ସେହି ଗ୍ରାମର ଯୁବକ ଦୁର୍ଷ୍କମ କରିବା ସହ ପାଟିଶୁଣି ସେଠାରେ ପହଂଚିଥିବା ମହିଳାଙ୍କୁ ଆକ୍ରମଣ କରିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଥାନାଧିକାରୀ ଅଜୟ କୁମାର ଜେନା ଏସଆଇ ପୁଷ୍ପଲତା ବେହେରାଙ୍କୁ ତଦନ୍ତ ଦାୟିତ୍ୱ ଅର୍ପଣ କରିଛନ୍ତି। ଶ୍ରୀମତୀ ବେହେରା ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶଯେ ଶଗଡି ଶାଳପଡା ଗ୍ରାମର ଜଣେ ନାବାଳିକା ଝିଅ ଆଜି ଭୋରରୁ ବାହାର ପଡିଆକୁ ଶୌଚ ପାଇଁ ଯାଇଥିବା ବେଳେ ରାମପୁର ଶଗଡି ଗ୍ରାମର ମିର୍ଜ୍ଜା ଗାଲିଫ ବେଗ(କୁନୁ) ଏକ ସାଇକେଲରେ ଆସି ସେଠାରେ ପହଂଚି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ପାଟି ଶୁଣି ଅନ୍ୟ ଜଣେ ମହିଳା ସେଠାରେ ପହଂଚି ଯିବାରୁ କୁନୁ ତାକୁ ମାଡମାରି ସାଇକେଲ ଛାଡି ଦୌଡି ପଳାଇଥିଲା। ଏନେଇ ପିଡିତାର ପିତା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।