Odiapua.com

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ଗିରଫ

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ବରଫକଳ ମାଲିକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୁଲିସ ୧୧୩/୨୫ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ବରଫ କଳ ମାଲିକ ଶିବ ବେହେରା (୫୦)କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ଦୋଳସାହି ଗ୍ରାମରେ ଥିବା ଏକ ବରଫକଳରୁ ଗ୍ରାମର ଜଣେ ନାବାଳିକା ଆଇସ୍କ୍ରିମ ନେବାକୁ ଆସିଥିଲେ। ବରଫକଳରେ କେହି ନଥିବାର ସୁଯୋଗ ନେଇ ମାଲିକ ଶିବ ନାବାଳିକାକୁ ଅସଦାଚରଣ କରିଥିଲା। ନାବାଳିକା ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ।