Odiapua.com

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକକୁ କୋର୍ଟ ଚାଲାଣ

ବାଲିଗୁଡା, ୧୫/୦୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜାମେଣ୍ଡି ଗାଁ ର ଗୁରୁମାହା ସାହିର ଜୟୀ ପ୍ରଧାନ ଙ୍କ ପୁଅ ଅଚ୍ୟୁତ ପ୍ରଧାନ (୩୦)ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ଏକ ୧୦ ବର୍ଷର ନାବାଳିକାକୁ ଅଚ୍ୟୁତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ କୁ ଭିର୍ତ୍ତି କରି କ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ପରେ କେଶ ନଂ.୧୦/୨୧ ଅଣ୍ଡର ସେକ୍ସନ ୩୪୧/୩୪୨/୫୦୬/୩୨୩/୩୫୪- ଡି ଆଇ ପି ସି ୮ ର ପୋସ୍କୋ ଧାରା ଅନୁସାରେ ଅଚ୍ୟୁତ କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଘଟଣାର ଅଧିକ ତଦନ୍ତ କରିବା ପାଇଁ ଏସ.ଆଇ ପି. ସି.ପ୍ରଧାନ ଦାୟିତ୍ୱରେ ଥିବା ବିଷୟ କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ପ୍ରଦାନ କରିଛନ୍ତି।