Odiapua.com

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୂଜକ ଗିରଫ

କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜନୈକ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ମନ୍ଦିର ପୂଜକ ଗିରଫ ହୋଇଥିବା ସୂବନା ମିଳିଛି। ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ସ୍ମୃତିରଞ୍ଜନ ପତି ଓରଫ ଶିବ ମନ୍ଦିର ପୂଜକ ଗତ ଶନିବାର ଦିନବେଳା ଜନୈକ ବ୍ୟକ୍ତିଙ୍କ ଘରକୁ ହୋମକରିବାକୁ ଯାଇଥିଲେ। ଘରେ କେବଳ ଜଣେ ନାବାଳିକା ଝିଅ ଓ ତାଙ୍କ ମା ଉପସ୍ଥିତ ଥିଲେ। ନାବାଳିକାଙ୍କ ମା କିଛି ସମୟ ପାଇଁ ଲାଟିନକୁ ଯାଇଥିବା ବେଳେ ପୂଜକ ସ୍ମୃତିରଞ୍ଜନ ସଂପୃକ୍ତ ନାବାଳିକାଙ୍କୁ ଅସଦାଚରଣ କରିଥିବା ଟାଉନ ଥାନାରେ ନାବାଳିକାର ବାପା ଅଭିଯୋଗ କରିଛନ୍ତି। ଟାଉନ ଥାନାରେ ସେହି ଅଭିଯୋଗକୁ ଭିତ୍ତିକରି ୧୯୩/୨୦୨୦ରେ ଆଇ ପି ସି ର ଧାରା ୩୪୧, ୩୨୩, ୩୫୪, ୩୫୪(ଖ), ୫୫୨, ୫୫୪ ଓ ୫୦୬ ଦଫା ସମେତ ପୋକ୍ସୋ ଆଇନର ଧାରା ୮ ଓ ୧୦ ରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ ପୂଜକ ସ୍ମୃତିରଞ୍ଜନଙ୍କୁ ପୋଲିସ ଗିରଫ କରିଥିବା ଟାଉନ ଥାନା ସବଇନିସପେକ୍ଟର କାଦମ୍ବିନୀ ପରିଡାଙ୍କ ଠାରୁ ସୂଚନା ମିଳିଛି।