Odiapua.com

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ,ତିନି ଅଭିଯୁକ୍ତ ଗିରଫ

ମାଲକାନଗିରି,୪ା୭ (ଓଡିଆ ପୁଅ ) ମାଲକାନଗରି ଥାନାସ୍ଥ ପ୍ରଧାନି ଗୁଡାଗ୍ରାମର ଜଣେ ନାବାଳିକା ଘରେ ରାତ୍ରରେ ଶୋଇଥିବା ସମୟରେ ତିନିଜଣ ଯୁବକ ତାଙ୍କ ମୁହଁକୁ ବନ୍ଦକରିଦେଇ ଅପହରଣ କରିନେଇଥିଲେ ।ପରିବାର ଲୋକେ ବହୁତ ଖୋଜା ଖୋଜି କରିବାପରେ ନାବାଳିକାକୁ ପାଇନଥିଲେ । ଏମଭି୨ ଗ୍ରାମର ମନୋଜ ବୈରାଗୀ ନାମକ ଯୁବକ ସେହି ନବାଳିକାଙ୍କୁ ଦୀର୍ଘ୧୧ଦିନ ଧରି ବିଭିନ୍ନ ସ୍ଥାନରେ ରଖି ତାଙ୍କୁ ଧମକ ଚମକଦେଇ ତାଙ୍କସହିତ ଦୁଷ୍କର୍ମ କରିଚାଲିଥିବାର ଅଭିଯୋଗ ହୋଇଛି ।ଗତକାଲି ପରିବାର ଲୋକେ ଜାଣିବାକୁ ପାଇଥିଲେ ତାଙ୍କ ଝିଅକୁ ଏମଭି୨ ଗ୍ରାମରେ ଲୁଚାଇ ରଖା ଯାଇଛି, ଏହା ଜାଣିବାପରେ ଗତ କାଲି ରାତ୍ରରେ ପରିବାର ଲୋକେ ମାଲକାନଗରି ଥାନାରେ ଏକ ଏତଲା ଦେଇଥିଲେ । ମାଲକାନଗରି ଥାନାକେସ ନମ୍ବର୨୪୪/୨୦୨୧ ରେ ଏକ ମକୋଦମା ରୁଜୁକରାଯାଇଥିଲା । ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ବିଳାସ ଜୀ ,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ଟିମ ଗଠନକରା ଯାଇ ପୁଲିସପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ଆଜି ପୁଲିସ ସଦଳବଳ ଏମଭି୨ ଗ୍ରାମକୁ ଯାଇ ନାବାଳିକାକୁ ଲୁଚାଇରଖିଥିବା ମନୋଜ ବୈରାଗି ଙ୍କ ଘରଉପରେ ଚଢଉକରି ନାବାଳିକା କୁ ଉଦ୍ଧାର କରିଥିଲେ । ପରେ ନବାଳିକା ଙ୍କୁ ଡାକ୍ତରି ମାଇନା କରାଯାଇ ତାଙ୍କପରିବାର ଙ୍କୁ ହସ୍ତାନ୍ତର କରିଦିଆଯାଇଛି । ନବାଳିକା ଅପହରଣ ଓ ଦୁଷ୍କର୍ମ କରିବା ଅଭି ଯୋଗରେ ମନୋଜା ବୈରାଗୀଙ୍କୁ ଗିରଫ କରାଯିବା ସହିତ ଅପହରଣ ରେ ସହଯୋଗ କରିଥିବା ନୁଆଗୁଡାଗ୍ରାମର ଖଗପତି ଉଦୁଲିଆ,ଜଗନଙ୍କୁ ପୁଲିସ ଗିରଫ କରିଛି ।