Odiapua.com

ନାବାଳିକାକୁ ଅପହରଣ କରିଥିବା ଯୁବକ ଗିରଫ

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ବଜାର ଅଂଚଳର ଜୈନିକା ନାବାଳିକାକୁ ଗତ ଜୁନ୍ ମାସ ୨୯ତାରିଖ ଦିନ ଭଟ୍ଟସାହି ପଂଚାୟତର ମିର୍ଗାହାଟକୂଳ ଗ୍ରାମର ଗିରିଧାରୀ ମଳିକଙ୍କ ପୁଅ ପ୍ରମୋଦ ମଳିକ (୨୩) ତାଙ୍କୁ ଅପହରଣ କରିନେଇ ହାଇଦ୍ରାବାଦରେ ରଖିଥିଲେ । ତେବେ ୨ମାସ ପରେ ଉକ୍ତ ଯୁବକ ନାବାଳିକାକୁ ଧରି ଆରଡ଼ି ନିକଟସ୍ଥ ମୁଆଁ ଗ୍ରାମରେ ରଖିଥିବାବେଳେ ଧୂଷୁରୀ ପୋଲି କୌଣସି ସୂତ୍ରରୁ ଖବରପାଇ ଗତକାଲି ରାତିରେ ମୁଆଁ ଗ୍ରାମରେ ଚଢାଉକରି ଉକ୍ତ ନାବାଳିକା ଯୁବତୀ ସହ ଅପହରଣ କରିଥିବା ଯୁବକ ପ୍ରମୋଦକୁ ପୋଲିସ ଗିରଫ କରିଥିଲା । ତେବେ ନାବାଳିକା ଯୁବତୀକୁ ଭଦ୍ରକ ଆର୍ସିଆନାକୁ ପଠାଇଥିବାବେଳେ ସମ୍ପୃକ୍ତ ଯୁବକକୁ ଜେଲକୁ ପଠାଯାଇଛି । ଏ ସମ୍ପର୍କରେ କେସ ନଂ ୧୫୨/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା ।