Odiapua.com

ନାବାଳିକାକୁ ଅନ୍ତସତ୍ତ୍ୱା ଅଭିଯୋଗରେ ଯୁବକ ଅଦାଲତ ଚାଲାଣ

ନୟାଗଡ଼ ୦୧/୦୪ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ଗ୍ରାମର ନାବାଳିକାକୁ ଅନ୍ତସତ୍ତ୍ୱା କରିଥିବା ଅଭିଯୋଗରେ ଜଣେ ଯୁବକ ଅଦାଲତ ଚାଲାଣ ହୋଇଥିବା ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି କୃଷ୍ଣ ବହ୍ଲଭ ପରିଡା ଓରଫ୍ ବାବୁ। ଘଟଣାରୁ ପ୍ରକାଶ ବ୍ରଜରାଜପୁର ଗ୍ରାମର ୧୪ବର୍ଷର ନାବାଳିକାକୁ ସେହି ଗ୍ରାମର ତପନ ପରିଡାଙ୍କ ପୁଅ ବାରମ୍ବାର ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ନାବାଳିକା ଜଣକ ଅନ୍ତସତ୍ତ୍ୱା ହେବା ପରେ ଘରେ ପରିବାର ଜାଣିପାରିଥିଲେ। ଘଟଣା ପରେ ନାବାଳିକାର ବାପା ବ୍ରଜରାଜପୁର ସରପଞ୍ଚଙ୍କୁ ଜଣାଇ ଥିଲେ। ସରପଞ୍ଚଙ୍କ ସ୍ୱାମୀ ୱାର୍ଡ ମେମ୍ବରଙ୍କ ସ୍ୱାମୀକୁ ଡକାଇ ଗ୍ରାମରେ ବୈଠକ କରି ଘଟଣାର ସମାଧାନ କରିବା ପାଇଁ କହିଥିଲେ।

ଗ୍ରାମରେ ବୈଠକ ବିଳମ୍ବିତ ହେବାରୁ ନାବାଳିକାର ବାପା ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଁ ରଣପୁର ଥାନା ପୋଲିସ ଅଭିଯୁକ୍ତ କୃଷ୍ଣ ବଲ୍ଲବକୁ ଥାନାକୁ ଧରି ଆଣିଥିଲେ। ଏହି ଘଟଣା ପରେ ଗ୍ରାମର କିଛି ମହିଳା ଓ ପୁରୁଷ ଏକଜୁଟ୍ ହୋଇ ନାବାଳିକାକୁ ଧରିଆଣି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାରପିଟ କରିଥିଲେ। ଖବର ପାଇ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ଗ୍ରାମର କିଛି ମହିଳା ପୁରୁଷଙ୍କୁ ଥାନାକୁ ଆଣିଥିଲେ। ନାବାଳିକା କୁ ନିର୍ଯ୍ୟାତନା ଓ ମାଡମାରିବା ଅଭିଯୋଗରେ ପୋଲିସ ୫ ଜଣ ମହିଳା ଓ ୨ ଜଣ ପୁରୁଷ ଙ୍କୁ ଗତକାଲି ଅଦାଲତ ଚାଲାଣ କରିଥିଲେ। ଅନ୍ତସତ୍ତ୍ୱା ନାବାଳିକାକୁ ପୋଲିସ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ କୃଷ୍ଣ ବଲ୍ଲବକୁ ଅଦାଲତ ଚାଲାଣ କରିଥିବା ଜଣାପଡ଼ିଛି।