Odiapua.com

ନାବାଳକ ଚାଲାଣ ବେଳେ ଦୁଇ ଅଭିଯୁକ୍ତ ଗିରଫ

ବଡ଼ବିଲ,ତା ୨୩ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଖଣିଜ ସମ୍ପଦଭରା ସମୃଦ୍ଧ ବଡବିଲରେ ମାନବ ତସ୍କର ଗ୍ୟାଙ୍ଗ ସକ୍ରିୟ, ପ୍ରଲୋଭିତ କରି ତାମିଲନାଡୁ ନେବା ବେଳେ ବଡ଼ବିଲ ବସଷ୍ଟାଣ୍ଡରୁ ଦୁଇଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆାଦିବାସୀ ଅଧ୍ୟୁଷିତ ଖଣି ପ୍ରଭାବିତ ବଡ଼ବିଲ ଅଞ୍ଚଳରେ ମାନବ ତସ୍କର ଗ୍ୟାଙ୍ଗ ସକ୍ରିୟ ଥିବାର ଜଣାପଡ଼ିଛି l ବଡବିଲ ବସଷ୍ଟାଣ୍ଡରୁ ରାତ୍ରି କାଳୀନ ବସ୍ ଯୋଗେ ନାବାଳକଙ୍କୁ ଚାଲାଣ ସମୟରେ ବଡ଼ବିଲ ପୋଲିସ ଗିରଫ କରିବାରେ ସଫଳ ହୋଇଛି l ସୂଚନା ମୁତାବକ ବଡବିଲ ୮ ନମ୍ବର ୱାର୍ଡର ଜଣେ ବିଧବା ମହିଳା ତାଙ୍କ ପୁଅକୁ ପଡ଼ୋଶୀଙ୍କ ସମ୍ପର୍କୀୟ ଅବିନାଶ ବାହାଦୁର(୨୦)ନାମକ ଯୁବକ ଜଣଙ୍କ ପୁରୀ ଜିଲ୍ଲା ବ୍ରହ୍ମଗିରିର ଦିଲ୍ଲୀପ୍ ବରାଳ(୩୯)ଙ୍କ ସହ କଥା ହେଉଥିବାର ଦେଖିଲେ l ମହିଳା ନିଜ ନାବାଳକ ପୁଅକୁ ପଚାରିବାରୁ ଜଣାପଡିଲା ଯେ ଚେନ୍ନାଇର କାଗଜ କଳରେ ପ୍ରତିମାସ ଦଶ ହଜାର ଦରମାରେ କାମ ଦେବାକୁ ପ୍ରଲୋଭନ ଦେଇଥିଲେ l ନାବାଳକ ପୁଅକୁ ପ୍ରଲୋଭିତ କରିଥିବା ଦେଖି ବିରୋଧ କରିଥିଲେ କିନ୍ତୁ ନାବାଳକ ରାତିରେ ଘରକୁ ନ ଫେରିବାରୁ ବିଧବା ମାଆ ପୋଲିସ ଓ ସ୍ଥାନୀୟ ଏନଜିଓ ନେଟିଭ ଭଏସ ଓ ଆସ୍ପାଆର୍ ସହାୟତା ଲୋଡି ଥିଲେ l ପୋଲିସ ଓ ସ୍ଵେଚ୍ଛାସେବୀ ମିଳିତ ସହଯୋଗରେ ବଡ଼ବିଲ ବସଷ୍ଟାଣ୍ଡରୁ ନାବାଳକଙ୍କୁ ଉଦ୍ଧାର କରିବା ସହ ଦୁଇ ବ୍ୟକ୍ତିଙ୍କୁ ପୋଲିସ କାବୁ କରିଛି l ପୁଲିସ ଓ ସ୍ଵେଚ୍ଛାସେବୀଙ୍କୁ ଦେଖି କିଛି ନାବାଳକ ଦୌଡ଼ି ପଳାଇଥିବା ଜଣାପଡିଛି l ଜନୈକ ନାବାଳକ ସୋମବାର ପାଖାପାଖି ଦିନ ୧୦ ସମୟରେ ଘରକୁ ପହଞ୍ଚି ଥିଲେ l ଆରୋପି ଅବିନାଶ ସମ୍ପର୍କୀୟ ଲୋକ ପୀଡିତ ବିଧବା ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେବାର ଥାନାରେ ଅଭିଯୋଗ କରିଛନ୍ତିି l ପୂର୍ବରୁ ଏହି ଆରୋପି ତସ୍କର ଦୁଇ ଜଣ ୨୦ ଜଣ ନାବାଳକ ଯୁବକ ଓ ଯୁବତୀଙ୍କୁ ବଡ଼ବିଲ ଅଞ୍ଚଳରୁ ବାହାର ରାଜ୍ୟକୁ ଚାଲାଣ କରିଥିବା ଜଣାପଡ଼ିଛି l ଦୁଇ ଅଭିଯୁକ୍ତ ନିଯୁକ୍ତି ଦେବା ପାଇଁ ଆବଶ୍ୟକ କୌଣସି କାଗଜ ପତ୍ର ଉପସ୍ଥାପନ କରି ପାରିନଥିଲେ l ସ୍ଥାନୀୟ ଏନଜିଓ ନେଟିଭ ଭଏସ ସମ୍ପାଦକଙ୍କ କହିବା ଅନୁଯାୟୀ ଏହିପରି ମାନବ ତସ୍କର ଗ୍ୟାଙ୍ଗ ଖଣି ଅଞ୍ଚଳରେ ସକ୍ରିୟ ଅଛନ୍ତି l ଆାଦିବାସୀ ଅଞ୍ଚଳର ନାବାଳକ ଓ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି l ତୃଣମୂଳ ସ୍ତରରେ ସଚେତନତା ଅଭାବ ଓ ପ୍ରାଶାସନିକ ଅବହେଳାରୁ ଖଣି ଅଞ୍ଚଳରେ ମାନବ ତସ୍କରଙ୍କ ସକ୍ରିୟତା ବୃଦ୍ଧି ପାଇଛି l ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ରହିଛି l ପୋଲିସ କେଶ୍ ନମ୍ବର ୨୧୮ ଦଫା ୩୬୩, ୩୭୦(୧)(୫), ୫୦୬, ୩୪ ଆଇପିସି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।