Odiapua.com

ନାନ୍ଦପୁର ଗାଁରେ କଙ୍ଗାରୁ କୋର୍ଟ , ଖଣ୍ଡାୟତ ସାହିରେ ହଳ କରିବାରୁ ୫ହଜାର ଟଙ୍କା ଜରିମାନା,ସାହିରୁ ବାଛନ୍ଦ ହେବା ଭୟରେ ଜୀବନ ହାରିଲା ନିରୀହ ଲୋକ, ବେସାହାରା ସ୍ତ୍ରୀ ଓ ୫ଝିଅ

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତି ଭିତିକ ପ୍ରଥାକୁ ନେଇ ଆରଡି ଫାଣ୍ଡି ଅଧିନସ୍ଥ ନାନ୍ଦପୁର ଗାଁରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ। ଗାଁରେ ୨ଜାତି ମଧ୍ୟରେ ବିବାଦ ଯୋଗୁ ଜୋରିମାନା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଛି ଜଣେ ନିରୀହ ଲୋକ । ଅଭିଯୋଗ ଅନୁଯାୟୀ ନାନ୍ଦପୁର ଗାଁରେ କିଛି ମାସ ହେଲା ଗୋପାଳସାହି ଓ ଖଣ୍ଡାୟତ ସାହି ମଧ୍ୟରେ ବିବାଦ ଲାଗି ରହିଛି। ହେଲେ ଗତ ସୋମବାର ଦିନ ଗୋପାଳ ସାହିର ବିଶ୍ୱନାଥ ଦାସ ନାମକ ବ୍ୟକ୍ତି ଖଣ୍ଡାୟତ ସାହି ର ଜଣକ ଟ୍ରାକ୍ଟର ରେ ବିଲ ହଳ କରିଥିବାରୁ ଗୋପାଳ ସାହିର କିଛି ନିର୍ଦ୍ଧିଷ୍ଟ ଲୋକ ବୈଠକ(କଙ୍ଗାରୁ କୋର୍ଟ) ଡାକି ବିଶ୍ୱନାଥକୁ ତାଗିଦ କରିବା ସହ ପାଂଚ ହଜାର(୫୦୦୦) ଟଙ୍କା ଜୋରିମନା ଦେବାକୁ ନିଷ୍ପତି କରିଥିଲେ। ଟଙ୍କା ନଦେଲେ ଏକ ଘରିଆ କରିବାକୁ ଧମକ ଦେବା ସହ ନିଆଁ ପାଣି ବନ୍ଦ କରାଯିବ ବୋଲି ପରିବାର ଲୋକଙ୍କୁ ରୋକଠୋକ ଭାବେ କହିଥିଲେ। ଏହି କଥା ଚିନ୍ତା କରି ବିଶ୍ୱନାଥ ଭାଙ୍ଗି ପଡିଥିଲେ। ଗୁରୁବାର ହଠାତ ଛାତିରେ ଯନ୍ତ୍ରଣା ହେବା ସହ ବାନ୍ତି ହେବାରୁ ତାଙ୍କୁ କଟକ ମେଡିକାଲକୁ ନିଆଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଶୁକ୍ରବାର ବିଶ୍ୱନାଥଙ୍କ ମର ଶରୀରକୁ ଆଣି ସାହି ଲୋକ ତରବରିଆ ଭାବେ ଗାଁ ଶଶ୍ମାନରେ ପୋଡି ଦେଇଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସନ୍ଧେହ ଘେରକୁ ଆସିଥିଲା। ବିଶ୍ୱନାଥଙ୍କ ଝିଅ ଓ ପରିବାର ଲୋକ ସାହି ଲୋକଙ୍କ ଭୟରେ ମୁହଁ ଖୋଲୁନଥିବା କହିଛନ୍ତି ପଡିଶା ଲୋକ। ସାହିର କିଛି ପ୍ରଭାବଶାଳି ଲୋକଙ୍କ ଧମକ ଅନୁଯାୟୀ ଖଣ୍ଡାୟତ ସାହି ଲୋକଙ୍କର ହଳ ବୁଳାଇବା, ଘର ପିଣ୍ଡାରେ ବସିବା, ତାଙ୍କ ଦୋକାନରୁ ଜିନିଷପତ୍ର କିଣାବିକା କରିବା, କଳରେ ଧାନ ପେସିବା ଆଦି କଲେ ସାହିରୁ ବାଛନ୍ଦ ହେବା ସହ ନିଆଁପାଣି ବନ୍ଦ କରାଯାଉଥିବା କହିଛନ୍ତି ବିଶ୍ୱନାଥଙ୍କ ପଡିଶା ଲୋକ। ଏଥି ପାଇଁ ଗୋପାଳ ସାହିର ୧୧ଡଣଙ୍କୁ ୫ହଜାର ଟଙ୍କା ଜୋରିମାନା ଦେବାକୁ କଙ୍ଗାରୁ କୋର୍ଟରେ ଜାରି ହୋଇଥିବା ବିଶେଷ ସୁତ୍ରରୁ ଜଣାଯାଇଛି। ସାହିର କିଛି ଲୋକଙ୍କୁ ବାଦ ଦେଲେ ଅନ୍‌ଯ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଅନ୍‌ଯ ଘରେ ମୂଲ ଲାଗି ପରିବାର ପୋଷଣ କରିଥାନ୍ତି। ହେଲେ ଗାଁର କାମ କଲେ କଙ୍ଗାରୁ କୋର୍ଟରେ ମିଳୁଛି ଶାସ୍ତି। କିଏ ଜୀବନ ହାରୁଛି ତ ଆଉ କିଏ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ମେଡିକାଲକୁ ଯାଉଛି। ଏପଟେ ବିଶ୍ୱନାଥଙ୍କର ସ୍ତ୍ରୀ ସମେତ ୫ଝିଅ ବେସାହାରା ହୋଇ ପଡିଛନ୍ତି। ଯାହା ଏବେ ଏହି ଘଟଣା ଏବେ ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।