Odiapua.com

ନାତିନାତୁଣୀଙ୍କ ସହ ଖେଳିବା ପାଇଁ ଇଚ୍ଛା : ବାହାଘରର ୬ ବର୍ଷ ପରେ ବି, ପୁଅ ବୋହୂଙ୍କ ଉପରେ ୫ କୋଟିର ନିର୍ଯାତନା ମାମଲା ଦାୟର କଲେ ବାପା-ମା’

ନୂଆ ଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡର ହରିଦ୍ୱାରରେ ଏହିପର୍ ଏକ ଅଜବ ମାମଲା ଏବେ ଚର୍ଚ୍ଚାର ବି।ୟ ପାଲଟିଛି। ଜଣେ ପିତା ନିଜ ପୁଅ ଏବଂ ବୋହୂଙ୍କ ଉପରେ ସନ୍ତାନ ପ୍ରସବ କରିବା ପାଇଁ ଚାପ ପକାଇ କୋର୍ଟରେ ମାମଲା ଦାୟର କରିଛନ୍ତି।

ପିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଚାହୁଁଛନ୍ତି ନାତି ନାତୁଣୀ। କିନ୍ତୁ ଏହି ଦାବି ପୂରଣ କରୁନାହାଁନ୍ତି ପୁଅ ଏବଂ ବୋହୂ। ସେଥିପାଇଁ ପୁଅ ଏବଂ ବୋହୂଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପିତା ମାତା। ଏହି ମାମଲା ହରିଦ୍ୱାରରେ ରୁଜୁ ହୋଇଛି।

ଖବର ଅନୁଯାୟୀ, ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଏବଂ ତାଙ୍କ ପତ୍ନୀ ଗୌହାଟୀରେ ରହୁଥିବା ପାଇଲଟ ପୁଅ ଏବଂ ନୋଏଡ଼ାରେ କାର୍ଯ୍ୟ କରୁଥିବା ବୋହୂଙ୍କ ଉପରେ ମାନସିକ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି। ବ୍ୟକ୍ତି ଜଣକ କହିଛନ୍ତି ଯେ ବିବାହର ୬ ବର୍ଷ ପରେ ମଧ୍ୟ ତାଙ୍କ ପୁଅ ଏବଂ ବୋହୂ ତାଙ୍କୁ ନାତି-ନାତୁଣୀ ଦେବାରେ ବିଫଳ ହୋଇଛନ୍ତି। ବୃଦ୍ଧ ଦମ୍ପତିଙ୍କର ଦାବିଯେ, ଏକ ବର୍ଷ ମଧ୍ୟରେ ନାତି କିମ୍ବା ନାତୁଣୀକୁ ଜନ୍ମ କର, ନଚେତ୍ ୫ କୋଟି ଟଙ୍କା ଦିଅ, ଯାହାକି ସେମାନେ ନିଜ ପୁଅର “ପ୍ରତିପୋଷଣ ଏବଂ ଶିକ୍ଷା” ପାଇଁ ଖର୍ଚ୍ଚ କରିଥିଲେ।

ଏହି ଦମ୍ପତିଙ୍କ ଓକିଲ ଅରବିନ୍ଦ ଶ୍ରୀବାସ୍ତବ କହିଛନ୍ତି ଯେ, ଏହି ପାଞ୍ଚ କୋଟିର ରାଶି ଭିତରେ ପୁଅର ବିବାହ ପାଞ୍ଚ ତାରକା ହୋଟେଲ ହୋଇଥିଲା। ଖର୍ଚ୍ଚ ହୋଇଥିବା ଟଙ୍କା ଏବଂ ଉପହାର ସ୍ୱରୂପ ୬୦ ଲକ୍ଷ ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ କାର ଏବଂ ବିଦେଶରେ ହନିମୁନ୍‌ରେ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ଅନ୍ତର୍ଭୁକ୍ତ। ଶନିବାର ଦିନ ହରିଦ୍ୱାରର ଏକ ସ୍ଥାନୀୟ ଅଦାଲତ ଏହି ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ମଇ ୧୫ ରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି।

ଖବର ମୁତାବକ, ୬୧ ବର୍ଷିୟ ପିତା ପ୍ରସାଦ କହିଛନ୍ତି, ‘ମୋର କେବଳ ଗୋଟିଏ ପୁଅ। ମୁଁ ମୋର ସମସ୍ତ ସଞ୍ଚୟକୁ ତା’ ଭରଣପୋଷଣ ଏବଂ ଶିକ୍ଷାରେ ଖର୍ଚ୍ଚ କଲି। ପାଇଲଟ୍ ଟ୍ରେନିଂ ପାଠ୍ୟକ୍ରମ ପାଇଁ ମୁଁ ତାଙ୍କୁ ୨୦୦୬ ରେ ଯୁକ୍ତରାଷ୍ଟ୍ର ଆମେରିକାକୁକୁ ପଠାଇଥିଲି। ଏଥିପାଇଁ ମୁଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ବିଦେଶରେ ଆର୍ଥିକ ମନ୍ଦି କାରଣରୁ ସେ ୨୦୦୭ ରେ ଭାରତ ଫେରି ଆସିଲା ଏବଂ ଚାକିରି ହରାଇଲା। ଏହି ସମୟରେ, ଯେତେବେଳେ ସେ ଦୁଇ ବର୍ଷରୁ ଅଧିକ ସମୟ ଅନ୍ୟ ଚାକିରି ପାଇପାରିଲା, ମୁଁ ତାଙ୍କୁ ଆର୍ଥିକ ସହାୟତା କଲି। ପୁଅ ଖୁବ୍ ଶୀଘ୍ର ଏକ ଘରୋଇ ବିମାନରେ ପାଇଲଟ୍ ଭାବରେ ଚାକିରି ପାଇଲା, ଯାହା ପରେ ମୋର ୫୭ ବର୍ଷିୟା ପତ୍ନୀ ଅସୁସ୍ଥ ଥିବାରୁ ଆମେ ତା’ ବିବାହ କରିବାକୁ ସ୍ଥିର କରିଥିଲୁ। ଶେଷରେ ଆମେ ତା’ର ବିବାହ ୨୦୧୬ରେ କରିଥିଲୁ। ଆମର ଆଶା ଥିଲାଯେ, ଅବସର ପରେ ଜୀବନରେ ନାତି କିମ୍ବା ନାତୁଣୀ ପାଇବୁ। ତଥାପି, ପ୍ରାୟ ଛଅ ବର୍ଷ ବିତିଗଲାଣି କିନ୍ତୁ କୌଣସି ସନ୍ତାନ ଜନ୍ମ ହୋଇନାହିଁ। ଆମେ ଅତ୍ୟଧିକ ମାନସିକ ନିର୍ଯାତନାର ସମ୍ମୁଖୀନ ହେଉଛୁ।

ଆମ ପୁଅ ଏବଂ ବୋହୂ ଚାକିରୀ କାରଣରୁ ଦୁଇଟି ଭିନ୍ନ ସହରରେ ରୁହନ୍ତି। ଯାହା ଆମକୁ ବହୁତ ଯନ୍ତ୍ରଣା ଦେଉଛି। ଆମେ ଆମ ବୋହୂକୁ ଆମ ଝିଅ ପରି ବ୍ୟବହାର କରିଛୁ। ଏହା ସତ୍ତ୍ୱେ ସେ କ୍ୱଚିତ୍ ସାଥୀରେ ରୁହନ୍ତି। ଆମେ ଆମର ଦୁଃଖକୁ ଅଣଦେଖା କରି ଚାଲିଲୁ। ଆମେ ତାଙ୍କୁ ମଧ୍ୟ କହିଲୁ ଯେ ଯଦି ସେ ଚାକିରୀ ହେତୁ ପିଲାଙ୍କ ଯତ୍ନ ନେବାକୁ ଚିନ୍ତା କରନ୍ତି, ତେବେ ସେ ପିଲାଟିକୁ ଆମକୁ ଦେଇ ପାରିବେ ଯାହା ଦ୍ୱାରା ଆମେ ତାଙ୍କ ଲାଳନ ପାଳନର ଯତ୍ନ ନେବୁ। ଆମ ପାଖରେ କୌଣସି ଟଙ୍କା ବାକି ନାହିଁ କାରଣ ଆମେ ସବୁକିଛି ଆମ ପୁଅ ପାଇଁ ଖର୍ଚ୍ଚ କରିସାରିଛୁ।

ଅବସରପ୍ରାପ୍ତ ଦମ୍ପତି କହିଛନ୍ତି ଯେ ଘର ନିର୍ମାଣ ପାଇଁ ସେମାନଙ୍କୁ ବ୍ୟାଙ୍କରୁ ଋଣ ମଧ୍ୟ ନେବାକୁ ପଡ଼ୁଛି, ଯେଉଁଥିପାଇଁ ସେମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ିଛି। ତେବେ ସେ ତାଙ୍କ ପିଟିସନରେ ସେ ତାଙ୍କ ପୁଅ ଓ ବୋହୂଙ୍କଠାରୁ ଅଢ଼େଇ ଅଢ଼େଇ କୋଟି ଟଙ୍କା ମାଗିଛନ୍ତି। ପ୍ରସାଦଙ୍କ ଅନୁଯାୟୀ, ସେ ନାତି ଏବଂ ନାତୁଣୀ ମଧ୍ୟରେ କୌଣସି ପ୍ରଭେଦ କରନ୍ତି ନାହିଁ, ସେ କେବଳ ତାଙ୍କ ଘରେ ଏକ ନୂତନ ଅତିଥି ଚାହୁଁଛନ୍ତି।