Odiapua.com

ନାଟ୍ୟକାର ଜୟରାମ ସ୍ୱାଇଁଙ୍କର ପ୍ରଥମ ସ୍ମୃତିଚାରଣ ସଭା

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ସ୍ୱର୍ଗତଃ ବାଇଧର ସ୍ୱାଇଁଙ୍କ କନିଷ୍ଠ ଭ୍ରାତା ନାଟ୍ୟକାର ଜୟରାମ ସ୍ୱାଇଁଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ମୃତିଚାରଣ ସଭା ଅଣ୍ଡେଇପଲ୍ଲୀ ଖାନାବାଡି ସ୍ଥିତ ବାସଭବନ ପରିସରରେ ପାଳିତ ହୋଇଯାଇଛି। ଏହି ସଭାରେ ଶିକ୍ଷାବିତ୍ କୁନ ଚରଣ ପରିଡା ଅଧ୍ୟକ୍ଷତା କରିଥିବାବେଳେ ସମାଜସେବୀ ଅଜିତ୍ ପଟ୍ଟନାୟକ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଏବିଇଓ ମୁରଲୀଧର ଲେଙ୍କା, ରାଧାକାନ୍ତ ସାମଲ, ଶିକ୍ଷାବିତ୍ ରମାକାନ୍ତ ଜେନା, ଅଧ୍ୟାପକ ପ୍ରଫୁଲ୍ଲ କୁମାର ଦାଶ, ଶିକ୍ଷାବିତ୍ କିଶୋର ଚନ୍ଦ୍ର ଦାଶ, ଭାଗବତ ଶଙ୍ଖୁଆ, ପିତାମ୍ବର ରାଉତ, ପୂର୍ବତନ ସରପଂଚ ବିଜୟାନନ୍ଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ସ୍ୱାଇଁ ଜଣେ ପ୍ରତିଷ୍ଠିତ ଶିକ୍ଷକ ଥାଇ ସମାଜସେବାରେ କିଭଳି ନିଜକୁ ଉତ୍ସର୍ଗୀକୃତ କରିଥିଲେ, ତାହା ସୂଚାଇଥିଲେ। ତାଙ୍କ ଉଦ୍ୟମରେ ଅଣ୍ଡେଇପଲ୍ଲୀ ଗ୍ରାମପଂଚାୟତ ଗଠିତ ହୋଇଥିବାବେଳେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲା। ଭଦ୍ରକ ଜିଲାର ବିଭିନ୍ନ ଅଂଚଳର ଉନ୍ନତିରେ ସେ ସହାୟକ ହୋଇଥିଲେ। ଏହି ସଭାଟିକୁ ଗଂଗାଧର ଦେହୁରି, ଦେବାଶିଷ ସ୍ୱାଇଁ, ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ପରିଚାଳନା କରିଥିଲେ।