Odiapua.com

ନାଗ ସାପ ଚୋଟରେ ମହିଳା ଗୁରୁତର, ବଲାଙ୍ଗୀର ସ୍ଥାନାନ୍ତର

ଟିଟିଲାଗଡ଼ ୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସିର୍ଭଟା ନିଵାସୀ ଭୂମି ବାଗ ନାମ୍ନୀ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ନାଗ ସାପ କାମୁଡ଼ି ଦେବାରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୫ଟା ସମୟରେ ସେ ସିର୍ଭଟା ପଡା ରେଳ ଲାଇନ ଦେଇ ଘରକୁ ଫେରିବା ବାଟରେ ଏକ ନାଗ ସାପ ଚୋଟ ମାରିଥିଲା। ତୁରନ୍ତ ତାଙ୍କୁ ଟିଟିଲାଗଡ଼ ଡାକ୍ତର ଖାନାକୁ ନେଇ ଥିବା ବେଳେ ପ୍ରାରମ୍ଭିକ ଚିକିତ୍ସା କରିବା ପରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାକୁ ଡାକ୍ତର କୃଷ୍ଣଚନ୍ଦ୍ର ପାଲ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି।