Odiapua.com

ନାଗସାପ କାମୁଡାରେ ବାଳିକାର ମୃତ୍ୟୁ

ନୟାଗଡ ୦୩/୦୮ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଏନ-ଏ-ସି ଅନ୍ତର୍ଗତ ୧୫ନଂ ୱାର୍ଡରେ ସର୍ପାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣା ପଡିଛି। ଘଟଣାରୁ ପ୍ରକାଶ ରମେଶ ନାୟକଙ୍କ ଝିଅ ଅନିମା ନାୟକ(୧୧) ଗତକାଲି ଅପରାହ୍ନରେ ଘର ଦାଣ୍ଡ ଦୁଆରେ ଖେଳୁଥିଲେ। ତାଙ୍କ ଦ୍ୱାର ନିକଟରେ ପଥର ଜମା ହୋଇଥିଲା। ପଥର ଗଦା ତଳୁ ଏକ ନାଗସାପ ଆସି ଅନିମାର ୨ ଗୋଡକୁ କାମୁଡି ଦେଇଥିଲା। ପରିବାର ଲୋକେ ଅନିମାକୁ ରଣପୁର ସରକାରୀ ଡାକ୍ତରଖାନାକୁ ଆଣିଥିଲେ।

ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଅନିମାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଥିଲେ। ବାଟରେ ଅବସ୍ଥା ଅତି ସାଙ୍ଘାତିକ ହେବାରୁ ଅନ୍ୟ ଉପାୟ ନ ପାଇ ଅନିମାକୁ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସା ପାଇଁ ନେବାକୁ ବାଧ୍ୟ ହୋଇଥିଲେ। ଡାକ୍ତର ସେଠାରେ ଅନିମାକୁ ମୃତ୍ୟୁ ଘୋଷଣା କରିଥିଲେ। ରମେଶ ନାୟକ ଜଣେ ଅତି ଗରୀବ ଶ୍ରେଣୀର ଲୋକ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଜନସାଧାରଣରେ ଦାବି ହେଉଛି।