Odiapua.com

ନାଗରିକତା ଆଇନ୍ ବିରୋଧ ପ୍ରଦର୍ଶନ କରୁଥିବା ଜାମିୟା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଉପରେ ପୋଲିସର ଲାଠିଚାର୍ଜ, ଅନେକ ଛାତ୍ର ଆହତ

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ନାଗରିକତା ଆଇନ୍ ବିରୋଧ ପ୍ରଦର୍ଶନ କରୁଥିବା ଜାମିୟା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଉପରେ ପୋଲିସ ଲାଠିଚାଜ କରିଥିବାରୁ ଅନେକ ଛାତ୍ର ଆହତ ହୋଇଛନ୍ତି। ଛାତ୍ରମାନେ ଅଭିଯୋଗ କରିଛନ୍ତିଯେ, ପୋଲିସ ପଥର ଏବଂ ଆଶୁ ଗ୍ୟାସ ବ୍ୟବହାର ମଧ୍ୟ କରିଥିଲା, ଯାହା ଫଳରେ ଅନେକ ଛାତ୍ର ଆହତ ହୋଇଛନ୍ତି।

ଜାମିୟା ମିଲ୍ଲିୟା ଇସ୍ମାଲିୟା ବିଶ୍ଵବିଦ୍ୟାଳୟ (Jamia Millia Islamia) ଶୁକ୍ରବାରଦିନ ପୋଲିସ ଏବଂ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଛାତ୍ରମାନେ ନାଗରିକତା ସଂଶୋଧନ ଆଇନ୍ ର ବିରୋଧରେ ପ୍ରଦର୍ଶନ କରି ସଂସଦ ଭବନ ପର୍ଯ୍ୟନ୍ତ ଯିବାକୁ ଚାହୁଁ ଥିଲେ। ପୋଲିସ ଏବଂ ଛାତ୍ରମାନଙ୍କମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ୫୦ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି। ଏହି ସଂଘର୍ଷ ସେହି ସମୟରେ ହୋଇଥିଲା ଯେତେବେଳେ ପ୍ରଦର୍ଶନକାରାମାନଙ୍କୁ ବିଶ୍ଵବିଦ୍ୟାଳୟ ଗେଟରେ ରୋକାଗଲା। ସଂଘର୍ଷ ବଢ଼ିବାରୁ ଆମ ଆଦମୀ ପାର୍ଟୀ ବିଧାୟକ ଅମାନତୁଲ୍ଲାହ ଖାନ ଘଟଣା ସ୍ଥଳରେ ପହଁଞ୍ଚିଥିଲେ ଏବଂ ଅବସ୍ଥାକୁ ସମ୍ଭାଳିବାପାଇଁ ଚେଷ୍ଟା କରିଥିଲେ।

ସୋସିଆଲ ମିଡ଼ିଆରେ ଛାତ୍ରମାନେ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ପୋଲିସ ପ୍ରଦର୍ଶନକାରାମାନଙ୍କ ଉପରେ ଲାଠିଚାର୍ଜ କରୁଥିବାର ଦେଖାଯାଉଛି। ପୋଲିସ ସଡ଼କର ଘେରାବନ୍ଦୀ କରିଥିଲା। ତେବେ ପ୍ରଦର୍ଶନକାରୀ ବ୍ୟାରିକେଡ ଉପରେ ଚଢ଼ିଥିଲେ। ପରେ ବିଶ୍ଵବିଦ୍ୟାଳୟର ଗେଟକୁ ବନ୍ଦ କରି ଦିଆଯାଇଥିଲା।

ପୋଲିସ୍ ଅଧିକାରୀ କହିଛନ୍ତିଯେ, ‘ଛାତ୍ରମାନେ ଏକତ୍ର ହୋଇ ବିରୋଧ ପ୍ରଦର୍ଶନ କରୁଥିଲେ। ଆମର ବ୍ୟାରିକେଡ ଲଗାଯାଇଥିଲା। ଯାହାକୁ ସେମାନେ ଭାଙ୍ଗିଦେଇଥିଲେ ଏବଂ ଏହା ଉପରେ ଚଢ଼ି ଡେଇଁବାକୁ ଚେଷ୍ଟା କରୁଥିଲେ। ତା’ ପରେ ସେ ଆମ ଉପରକୁ ପଥର ଫୋପାଡ଼ିଥିଲେ। ଯାହାଫଳରେ ଆମକୁ ଆଶୁ ଗ୍ୟାସର ଗୋଳା ଛାଡ଼ିବାକୁ ବାଧ୍ୟ ହେଲୁ।’

ଜଣେ ଛାତ୍ର କହିଛନ୍ତି, ‘ଆମେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିଲୁ ଏବଂ ପୋଲିସ ଆମକୁ ରୋକିଥିଲା।

ଦିଲ୍ଲୀ ପୋଲିସ ପରାମର୍ଶ ପରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପଟେଲ ଚୌକ ଏବଂ ଜନପଥ ମେଟ୍ରୋ ଷ୍ଟେସନର ପ୍ରବେଶ ଏବଂ ନିକାସ ଦ୍ଵାରକୁ ବନ୍ଦ କରିଦେଇଥିଲା। ଅବଶ୍ୟ ପ୍ରାୟତଃ ଏକ ଘଣ୍ଟା ପରେ ମେଟ୍ରୋ ଷ୍ଟେସନକୁ ଖୋଲିଦିଆଗଲା।