Odiapua.com

ନାଆମୀ ମହାବିଦ୍ୟାଳୟ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପୁରାତନ ନାଆମୀ ମହାବିଦ୍ୟାଳୟ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି । ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ବିନୋଦ ବିହାରୀ ନାୟକଙ୍କ ପରାମର୍ଶ କ୍ରମେ ଗଣିତ ବିଭାଗ ବରିଷ୍ଠ ଅଧ୍ୟାପକ ଚିନ୍ତାମଣି ମହାକୁଡଙ୍କ ନେତୃତ୍ୱରେ ଅଧ୍ୟାପକ ପ୍ରିୟକାନ୍ତ ମିଶ୍ର, ବିବେକାନନ୍ଦ ଯୁବ ସଂସଦ ରାଜ୍ୟ ଆବାହକ ଅଧ୍ୟାପକ ବିନାୟକ ଘୋଷ, ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଓ କଲେଜର +୩ ବିଜ୍ଞାନ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ ପ୍ରମୁଖ ଗୁରୁବାର ଆମ୍ବଗଡିଆ ଗ୍ରାମର ଅଗ୍ନିବିପନ୍ନ ବିଶ୍ୱନାଥ ବିଶ୍ୱାଳ ଓ ସୂର୍ଯ୍ୟମଣି ବିଶ୍ୱାଳଙ୍କ ପରିବାରକୁ ଭେଟି ଆର୍ଥୀକ, ଗୃହୋପକରଣ ଓ +୨ ପାଠ୍ୟପୁସ୍ତକ ଆଦି ସହାୟତା ପ୍ରଦାନ କରିଥିଲେ । ଏଥିସହ ବିପନ୍ନ ପରିବାରକୁ ସହାୟତା ଯୋଗାଇ ଦେବାକୁ ଅନ୍ୟାନ୍ୟ ସମସ୍ତ ସ୍ୱେଚ୍ଛାସେବୀ ସଙ୍ଗଠନଙ୍କୁ ଅନୁରୋଧ କରିଥିଲେ ।