Odiapua.com

ନଷ୍ଠାର ସହ ଦଳୀୟ କାର୍ଯ୍ୟ କରିବାକୁ ବିଜେଡି ପ୍ରତିଷ୍ଠା ଦିବସରେ ସଂକଳ୍ପ

ନୟାଗଡ଼, ୨୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବରଷ୍ଠ ବିଜେଡି ନେତା ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ୧୯୯୭ ମସିହାରେ ଗଠନ କରାଯାଇଥିବା ବିଜୁ ଜନତା ଦଳ ଶୈଶବରୁ ଆଜି ଯୁବ ଅବସ୍ଥାରେ ପହଂଚିଥିବାବେଳେ ଦଳ ଗଠନର ୩ବର୍ଷ ପରେ ବିଜେପି ସହ ମେଂଟ କରି ସରକାର ଗଢିଥିବା ଦଳ ଏବେବି ଅପରାଜେୟ ବୋଲି କହିଥିଲେ। ସେ କହିଥିଲେଯେ ବିଜେଡି କ୍ରମାଗତ ୫ଥର କ୍ଷମତାକୁ ଆସି ୨୦ବର୍ଷ ଶାସନ କରି ଜନସାଧାରଣକୁ ଆଶା, ଭରଷା ଓ ନୂଆ ସମ୍ଭାବନା ଦେଇଥିବାବେଳେ ବିଜେଡି ସହ ଜନସାଧାରଣଙ୍କର ଏକ ପାରିବାରିକ ସମ୍ପର୍କ ରହିବା ଭଳି ଓଡ଼ିଶା ଲୋକେ ଅନୁଭବ କରୁଥବା ପରିଲକ୍ଷିତ ହୋଇଛି। ବିଜୁ ଜନତା ଦଳକୁ ଜନସାଧାରଣ ଏତେ ନିଜର କରିବା ଭିତରେ କେବଳ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭଲପାଇବା ଓ ଚମତ୍କାରିତା ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। ବିରୋଧି ବିରୋଧ କରିବେ ଏଥିରେ କିଛି ନୂତନତା ନାହିଁ। ବିଜେଡି ଏକ ଆଚଂଳିକ ଦଳ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁ-ଶାସନ ଆଗରେ ଅନ୍ୟସବୁ ଦଳ ନିଷ୍ପ୍ରଭ ହୋଇପଡ଼ିଛନ୍ତି। ବିଜେଡି ବିରୋଧରେ କୌଣସି ବିକଳ୍ପ ଦାନା ବାନ୍ଧିପାରୁନାହିଁ ଯେତେବେଳେ ବିରୋଧି ପାଖରେ କୁତ୍ସାରଟନା କରିବା ଛଡ଼ା ସେମାନଙ୍କର ପାଖରେ ଆଉକିଛି ନାହିଁ। ଏକଥା ଜନସାଧାରଣ ଭଳଭାବରେ ବୁଝିସାରିଛନ୍ତି ବାଲି ମନ୍ତ୍ରୀ କହିଥିଲେ। ତେବେ ବିରୋଧି ପାଖରେ କୌଣସି ପ୍ରସଙ୍ଗ ନଥିଲାେବେଳେ ଯେକୌଣସି କଥାରେ ସେମାନେ ପ୍ରତିକ୍ରିୟାଶୀଳ ହୋଇ ଆକ୍ରମଣାତ୍ମକ ପରିସ୍ଥିତି କରିପାରିବେ ବୋଲି କହିବା ସହିତ ଆଗକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ଆସିଲେ ମଧ୍ୟ ବିଜେଡିର କର୍ମତତ୍ପରତା ଆଗରେ ସବୁ ନିଷ୍ପ୍ରଭ ହୋଇଯିବ ବୋଲି କହିଥିଲେ। ଏଥିପାଇଁ ଦଳୀୟ ଏକଜୁଟ୍ ଓ ଜନସେବାରେ ବ୍ରତୀ ହେବାର ଆବଶ୍ୟକତା ଥିବାବେଳେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସଂକଳ୍ପ ନେବାପାଇଁ ପରାମର୍ଶ ଦେଇଥିଲେ। ବିରୋଧିଙ୍କ କଥାରେ କୌଣସି ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି କହିଥିଲେ। ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା ହୋଇଛି। ନୟାଗଡ଼ର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ବିକାଶ ପାଇଁ ସମସ୍ତଙ୍କର ସହଯୋଗ ରହିଛି ବୋଲି କହିଥିଲେ। ଏହି ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ବିଶ୍ୱନାଥ ରଥଶର୍ମା, ଜଗନ୍ନାଥ ପଣ୍ଡା, ସୂର୍ଯ୍ୟ ନାରାୟର ଚୌଧୁରୀ, ଶ୍ରବଣ କୁମାର ରାମ, ଜୟଶ୍ରୀ ଦାଶ, ମମତା ବେହେରା, ମାଳତୀ ଗୁରୁ, ଅଜିତ ସାହୁ, ରବିନ୍ଦ୍ର ନାଥ ପୃଷ୍ଟି, ବିରଜା ଲକ୍ଷ୍ନୀ ସାହୁ, ଗୋଲାପ ଦଳବେହେରା, ଗୁରୁପ୍ରସାଦ ଜେନା, ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରଚେଷ୍ଟାରେ ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା ଓ ବିକାଶର ଧାରା ଉପରେ ବଜାୟ ରହିଥିବା ଆଲୋକପାତ କରିଥିଲେ। ଜନାର୍ଦ୍ଦନ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୧୬୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।