Odiapua.com

ନରେନ୍ଦ୍ର ପ୍ରସାଦ ଦାସଙ୍କ ସ୍ମାରକୀ ବକ୍ତୃତା

ଭଦ୍ରକ, ୧୭ା୯ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅନ୍ୟତମ ବରେଣ୍ୟ ବ୍ୟକ୍ତିତ୍ୱ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତଃ ନରେନ୍ଦ୍ର ପ୍ରସାଦ ଦାସଙ୍କ ସ୍ମାରକୀ ବକ୍ତୃତା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍ମାରକୀ ବକ୍ତା ଭାବେ ରେଭେନସ୍‌ା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ‘ଭାରତରେ ଗଣତନ୍ତ୍ର : ଏକ ସମୀକ୍ଷା’ ଉପରେ ସବିଶେଷ ଆଲୋଚନା ସହ ସ୍ୱର୍ଗତଃ ନରେନ୍ଦ୍ର ପ୍ରସାଦ ଦାସଙ୍କ ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ସ୍ମାରକୀ କମିଟିର ସଭାପତି ତଥା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଶୈଳେନ୍ଦ୍ର ମହାପାତ୍ର ସ୍ୱର୍ଗତଃ ଦାସଙ୍କ ଜୀବନୀ ଏବଂ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସ୍ମାରକୀ କମିଟିର ସଂପାଦକ ଡ. ଦୁର୍ଗାଶଙ୍କର ଦାସ ସ୍ମାରକୀ କମିଟିର ବାର୍ଷିକ ବିବରଣୀ ପ୍ରଦାନ କରିଥିବାବେଳେ ମହାବିଦ୍ୟାଳୟର ପୂର୍ବତନ ଓଡ଼ିଆ ବିଭାଗ ଅଧ୍ୟାପକ ତଥା କମିଟିର ବରିଷ୍ଠ ସଭ୍ୟ ଡ. ଶଶଧର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ସଭାରେ ଭୂତତ୍ୱ ବିଜ୍ଞାନ ବିଭାଗର ୩ୟ ବର୍ଷ ଛାତ୍ରୀ ଶୁଭଶ୍ରୀ ସ୍ୱାଇଁ ସ୍ୱର୍ଗତଃ ଦାସଙ୍କ ଜୀବନୀ ଇଂରାଜୀରେ, ଶୁଭାଶିଷ ପଣ୍ଡା ୩ୟ ବର୍ଷ ଇତିହାସ ବିଭାଗ ଛାତ୍ର ଓଡ଼ିଆରେ ପଠନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ୩ୟ ଶ୍ରେଣୀ କର୍ମଚାରୀ ସୋମନାଥ ବିଶ୍ୱାଳ ଏବଂ ୪ର୍ଥ ଶ୍ରେଣୀ କର୍ମଚାରୀ ନବକିଶୋର ଜେନାଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ସ୍ମାରକୀ ବକ୍ତୃତା ଉତ୍ସବକୁ ଇଂରାଜୀ ବିଭାଗର ମୁଖ୍ୟ ଡ. ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିବାବେଳେ ରସାୟନ ବିଭାଗର ମୁଖ୍ୟ ଡ. ପଦ୍ମନାଭ ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବର ସୁପରିଚାଳନାରେ ଅଧ୍ୟାପକ ଅଜୟ କୁମାର ସେଠୀ, ଲକ୍ଷ୍ମୀକାନ୍ତ ନାୟକ, ଡ. ଗୋପୀନାଥ ଖୁଂଟିଆ, ଡ. ସୁବ୍ରତ କୁମାର ବାରିକ, ରବିନାରାୟଣ ସେନାପତି, ଡ. ଅଜିତ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟୟନରତ ଓ ପୁରାତନ ଛାତ୍ରଛାତ୍ରୀ, କର୍ମଚାରୀ, ସାମ୍ବାଦିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।