Odiapua.com

ନରାଜଠାରେ ମୁଖ୍ୟଯନ୍ତ୍ରୀଙ୍କ ସହିତ ବନ୍ୟା ଜଳ ସ୍ଥିତି ସମୀକ୍ଷା କଲେ ମେୟର ସୁବାସ ସିଂହ

କଟକ, ୧୪/୮ (ଓଡ଼ିଆ ପୁଅ /ଅଭୟ ଜେନା) ରବିବାର ସନ୍ଧ୍ୟାରେ ନରାଜ ଠାରେ ମେୟର ସୁବାସ ସିଂହ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଭକ୍ତ ରଞ୍ଜନ ମହାନ୍ତି ଓ ସୁପରିଟେଣ୍ଡେଣ୍ଟ ଇଂଜିନିୟିର ବାବୁଲା ବେହେରାଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହିତ ସମ୍ଭାବ୍ୟ ବନ୍ୟା ଜଳ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ୬.୩୭ ଲକ୍ଷ କ୍ୟୁସେକ ଜଳ ନାରାଜ ଠାରେ ପ୍ରବାହିତ ହେଉଅଛି। ଆସନ୍ତା କାଲି ଅପରାହ୍ନ ସୁଦ୍ଧା ୧୦ ଲକ୍ଷ ୫୦ହଜାର କ୍ୟୁସେକ ଜଳ ନାରାଜ ଠାରେ ପ୍ରବାହିତ ହେବ।

କାଠଯୋଡି ବିହାର ବସ୍ତିରେ ବନ୍ୟା ଜଳ ପ୍ରବେଶ ନେଇ, ୬ ସହ ପରିବାର ଆତଙ୍କିତ ଥିବାରୁ ମେୟର ପରିସ୍ଥିତି ପରଖି ଥିଲେ। ସମ୍ଭାବ୍ୟ ବନ୍ୟା ବସ୍ତି ବାସିନ୍ଦାଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ବିଶେଷ କରି ନଦୀ କୂଳରେ ଥିବା ବସ୍ତି ଗୁଡିକ ପାଇଁ ଘୋର ବିପଦ ରହିଛି।

ୱାର୍ଡ ନଂ ୫ ରେ ଥିବା କାଠଯୋଡ଼ି ବିହାର ବସ୍ତିରେ ବନ୍ୟାଜଳ ପ୍ରବେଶ କରିଛି, ପ୍ରାୟ ୬ ସହ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ମେୟର ସୁବାସ ସିଂହ ଓ କର୍ପୋରେଟର ପ୍ରିୟମ୍ବଦା ସ୍ୱାଇଁ ଆଜି ରାତ୍ରିରେ ସ୍ତିତି ପରଖିଥିଲେ। ବନ୍ୟାଜଳ ପ୍ରବେଶ କରିଥିବା ଅଞ୍ଚଳରେ ସମସ୍ତଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କହିଥିଲେ। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ପ୍ରମସୁ ଭୂଷଣ ବେହେରା, ଶାନ୍ତିଲତା ହେରା, ବିଜୟ ଓଝା, ରାଜୀବ ମହାନ୍ତି, ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।