Odiapua.com

ନମକଣା ହତ୍ୟା ଅଭିଯୁକ୍ତଙ୍କୁ ଧରିପାରିଲାନି ପୁଲିସ

ହାଟଡିହି- ୨ /୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ନମକଣା ଗ୍ରାମର ପିତାମ୍ବର ଜେନାଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଧରିପାରିଲାନି ଭଣ୍ଡାରିପୋଖରୀ ପୁଲିସ। ଖବରରୁ ଜଣାଯାଇଛି ଯେ ଗତ ୨୪ତାରିଖ ଦିନ ଭଣ୍ଡାରୀପୋଖରୀ ଥାନା ଅଧିନସ୍ଥ ନମକଣା ଗ୍ରାମରେ ପୁର୍ବ ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଥିଲେ। ଏନେଇ ଭଣ୍ଡାରୀପୋଖରୀ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଲାଗି ନନ୍ଦିପଦା ଥାନା ହାଟଡିହି ଓ ଶାଳଣିଆଁ ଅଞ୍ଚଳରେ ଘୁରି ବୁଲୁଥିଲେବି ସେମାନଙ୍କୁ ଗିରଫ କରିପାରି ନାହିଁ। ଗତ ଶନିବାର ଦିନ ଅଭିଯୁକ୍ତ ମାନେ ନନ୍ଦିପଦା ଥାନା ପନ୍ଦାଡୋ ଗ୍ରାମରେ ଲୁଚିଥିବା ଏକ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଭଣ୍ଡାରୀପୋଖରୀ ପୁଲିସ ପନ୍ଦାଡୋ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା। କିନ୍ତୁ ପୁଲିସ ଚଢ଼ାଉ ସମ୍ପର୍କରେ ଜାଣିପାରି ଅଭିଯୁକ୍ତ ମାନେ ଚଢ଼ାଉ ପୁର୍ବରୁ ଖସି ଯିବାରେ ସକ୍ଷମ ହୋଇଥିଲେ। ଏନେଇ ଭଣ୍ଡାରୀ ପୋଖରୀ ପୁଲିସ ପନ୍ଦାଡୋ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କୁ ନେଇ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ପଚରା ପଚରି କରୁଥିବା ଜଣାଯାଇଛି।