Odiapua.com

ନବ ବର୍ଷର ସ୍ୱାଗତ ସମାରୋହ

କୋଲାବିରା, ୪।୧ (ଓଡିଆ ପୁଅ /ନିଶିତ କୁମାର ବହିଦାର)ଝାରସୁଗୁଡା ଜିଲ୍ଲା ରଘୁନାଥପାଲି ଅଯୋଧ୍ୟାନଗର ଛକ ଠାରେ ନବବର୍ଷର ସ୍ୱାଗତ ଉପଲକ୍ଷେ କୋଲାବିରା ବ୍ଲକ୍ ସ୍ଥରୀୟ କଳାବିକାଶ କେନ୍ଦ୍ର ଆନୂକୁଲ୍ୟରେ କଳାସାଂସ୍କୃତିକ ସମାରୋହ ଅତ୍ୟନ୍ତ ଆନନ୍ଦ- ଉଦ୍ଧିପନାର ସହିତ ପାଳିତ ହୋଇଯାଇଛି। ରଘୁନାଥପାଲି ଗ୍ରାମପଂଚାୟତର ପୂର୍ବତନ ସରପଂଚ୍ ତଥା କୋଲାବିରା ସମଲେଶ୍ୱରୀ ସାହିତ୍ୟ ସଂସଦର ସଭାପତି ପ୍ରଜ୍ଞାସୈାରଭ ଶୋଭା ଚନ୍ଦ୍ର ନାଏକ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାବିକାଶ କେନ୍ଦ୍ରର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମାଫିଦାର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ କୋଲାବିରା ପଂଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ବାହୁକ, କଳାବିକାଶ କେନ୍ଦ୍ରର ସଭାପତି ନୃପଲାଲ ପଶାୟତ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବରେ ପ୍ରାଜ୍ଞାନିଧି ଅଭିମନ୍ୟୁ ପଟେଲ ଯୋଗଦେଇ କଳା ଓ କଳାର ବିକାଶ ଉପରେ ଆଲୋକପାତ କରିଥିଲେ। ଏହି ସମାରୋହରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ କଣ୍ଠଶିଳ୍ପୀ, ଯନ୍ତ୍ରଶିଳ୍ପୀ, ନୃତ୍ୟଶିଳ୍ପୀ, ସଂପ୍ରଦା, ସଂକିର୍ତନ, କୃଷ୍ଣଗୁରୁ, ପାଲା, ଦାସକାଠିଆ ଓ କଳାପ୍ରେମୀ ବନ୍ଧୁଗଣ ଯୋଗଦାନ କରି ନିଜନିଜ ସୁସ୍ୱାଦୁ କଳା ପରିବେଷଣ କରି ଅନୁଷ୍ଠାନକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ କବି ତଥା ସାହିତ୍ୟକଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ପୂର୍ବାହ୍ନରେ ସରସ୍ୱତୀ ଦେବୀଙ୍କ ପୂଜାର୍ଚନା ପଶ୍ଚ୍ୟାତ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରାଯାଇ ସନ୍ଧ୍ୟା ପର୍ଯ୍ୟନ୍ତ କଳାକାରମାନଙ୍କ ଦ୍ୱାରା କଳା ପରିବେଷଣ କରାଯାଇଥିଲା। ସନ୍ଧ୍ୟା ରେ ଉଦ୍‌ଯାପନୀ ଉତ୍ସବ ସଭା ସହିତ କଳାକାରଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। କଳାବିକାଶ କେନ୍ଦ୍ରର ସଭାପତି ନୃପଲାଲ ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଂଚ ତଥା କୋଲାବିରାବ୍ଲକ ବିଜୁ ଜନତା ଦଳ ସଭାପତି ତୁଲାରାମ ସେନାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବରେ କୋଲାବିରା ସରପଂଚ କୁମୁଦିନି ମହାପାତ୍ର, ସମାସିଂହା ସରପଂଚ ହେମନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ବିଶିଷ୍ଟ ପାଲାଗାୟକ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ବକ୍ତା ରୁପେ ଯୋଗ ଦେଇଥିଲେ। କଳାପ୍ରେମୀ ଡୋଲାମଣି ପଧାନ ସଂଙ୍ଗୀତ ସଂଯୋଜନା କରିଥିବା ବେଳେ ଅଭିମନ୍ୟୁ ପଟେଲ ସଭାପରିଚାଳନା କରିଥିଲେ। ଏଇଅବସରରେ ବିଶିଷ୍ଟ କବୀ ଓ ଲେଖକ ଭାବରେ ଶୋଭାଚନ୍ଦ୍ର ନାଏକ, ବିଶିଷ୍ଟ ସଂଚାର ବାଦକ ଭାବରେ ହରି ସେଠ, ବିଶିଷ୍ଟ ପାଲା ଗାୟକ ଭାବରେ ନବୀନ ଚନ୍ଦ୍ର ନାଏକ, ସଙ୍ଗୀତ କଳାକାର ଭାବରେ ମାନଧାତା ସାହୁ, ବିଶିଷ୍ଟ ସଂର୍କିତନ ଗାୟକ ଭାବରେ ପରିକ୍ଷୀତ ବାହୁକ ଏବଂ ପାଲା ଗୟକ ଭାବରେ ମଦନ ମୋହନ ପଟେଲଙ୍କୁ ବିଶେଷ ଭାବରେ ସମ୍ମାନୀତ କରାଯାଇଥିଲା। ସେହିପରି କଳାବିକାଶ କେନ୍ଦ୍ର ପରିଚାଳନା କମିଟର ଉପଦେଷ୍ଟା ମଣ୍ଡଳୀର ଜନେକରାମ ପଧାନ, ସଚ୍ଚିଦାନନ୍ଦ ପାଢୀ, ସାଧାରଣ ସଂପାଦକ ଡୋଲାରାମ ପଧାନ, ଦିଗାମ୍ବର ବାରିକ, ଗଣେଶ ମେହେର, ସିରର୍ଜୁ କୁମାର ଖମାରୀ, ମଦନ ମୋହନ ପଟେଲ, ସରତ କୁମାର ପୂଝାରୀ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ କୁ ଅଂଚଲର ବହୁ ଲୋକ ଉପଭୋଗ କରିବା ସହିତ ଦିନସାରା ଲୋକ ସମାଗମ ଦେଖିବାକୁ ମିଲିଥିଲା।