Odiapua.com

ନବ ନିର୍ମିତ ଉଦ୍ୟାନ ବିଭାଗ ଗୃହ ବର୍ଷବର୍ଷ ଧରି ଅଧାପନ୍ତରିଆ ଭାବେ ପଡ଼ିରହିଛି

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଂଚଳରେ ବସବାସ କରୁ ଥିବା କୃଷକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ସହ ତାଙ୍କର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ସରକାର ବହୁମୁଖି ଯୋଜନା ପ୍ରସୃତ କରିଛନ୍ତି । ବନ୍ତ ବ୍ଲକ ତରଫରୁ ଗଣିଜାଙ୍ଗ ଠାରେ ଉଦ୍ୟାନ ବିଭାଗ କୁ ସ୍ଥାପନ କରିଛନ୍ତି । ଏହି ବିଭାଗ ପକ୍ଷରୁ ଉକ୍ତ ଅଂଚଳରେ ଉଦ୍ୟାନ ବିକାଶ ସହ କୃଷକ ମାନଙ୍କୁ ଆତ୍ମନିର୍ଭର ପାଇଁ ବିଭିନ୍ନ ଉନ୍ନତ କିଷମର ଫଳଚାରା ଉତ୍ପାଦନ କେନ୍ଦ୍ର ପ୍ରସୃତ କରିଛନ୍ତି । ଏହି ବିଭାଗ ର ଉନ୍ନତି ପାଇଁ ସ୍ଥାୟୀ ପକ୍କା ଗୃହ ଠିକାଦାରଙ୍କ ଦ୍ୱାରା ଁ ୧୫ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା । ହେଲେ ସଂପୃତ ଠିକାଦାର ଉକ୍ତ ଗୃହ ନିର୍ମାଣ କରି ତାହାକୁ ଅଧାପନ୍ତରିଆ ଭାବେ ପକାଇ କାର୍ଯ୍ୟବନ୍ଦ କରିଛନ୍ତି । ଉକ୍ତ ଗୃହ କିଛିବର୍ଷ ହେବ ନିର୍ମିତ ହୋଇ ଥିଲେ ମଧ୍ୟ ଲାଟିନ ନିର୍ମାଣ ସହ ବିଦ୍ୟୁତ୍ ସଂଯୋଗ ହୋଇପାରିନାହି । ଫଳରେ ଏହା ଅଧାପନ୍ତରିଆଭାବେ ପଡ଼ିରହିଛି । ଏବିଷୟରେ ଉକ୍ତ ବିଭାଗରେ ଥିବା କର୍ମଚାରୀ ଙ୍କୁ ପଚାରିବାରୁ ସେ ଉକ୍ତ ଗୃହକୁ ନିର୍ମାଣ କରିଥିବା ଠିକାଦାର ଏହାକୁ ସଂପୁର୍ଣ୍ଣ ନକରି କାର୍ଯ୍ୟ ଛାଡ଼ି ଦେଇ ଯାଇଛନ୍ତି । ଅନ୍ୟପକ୍ଷରେ ଉକ୍ତ ଗୃହକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇନ ଥିବାର ସେ ପ୍ରକାଶ କରିଛନ୍ତି । ସରକାର ଙ୍କର ବହୁ ଅର୍ଥରେ ନିର୍ମିତ ହୋଇଥିବା ଏହି କାର୍ର୍ଯ୍ୟାଳୟ ଅସମ୍ପୁର୍ଣର୍ ହୋଇ ପଡ଼ି ଏହାର ପ୍ରକୃତ ଉର୍ଦେଶ୍ୟ ସାଧିତ ହୋଇ ପାରି ନ ଥିବାରୁୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଉଛି । ବନ୍ତ ବ୍ଲକ ର ଏହା ଏକମାତ୍ର ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଥିବାରୁ ଓ ଉକ୍ତ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଚାରା ନରହୁଥିବାରୁ ବହୁ ଦୂରଦୂରାନ୍ତରରୁ ବିଭିନ୍ନ ଚାଷୀ ଆସି ଏହାର ସୁଫଳପାଇବାର ଅଭିଯୋଗ ହେଉଛି । ଭୟାଭୟ କରୋନା ସମୟରେ ଆତ୍ମନିର୍ଭରଶୀଳ ପାଇଁ ଚାଷୀ ମାନଙ୍କୁ ଉନ୍ନତ କିଷମର ଫଳଚାଷ ବିଷୟରେ ସଠିକ ସୂଚନା ଓ ପରାମର୍ଶ ଦେବାସହ ଫଳଚାରା ବଂଟନକଲେ ଏହାର ପ୍ରକୃତ ଉର୍ଦେଶ୍ୟ ସାଧିତ ହୋଇପାରନ୍ତା ବୋଲି ଦାବି ହେଉଛି ।