Odiapua.com

ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ମେଡିକାଲ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ବିଭିନ୍ନ ଦାବୀ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭଦ୍ରକ ମେଡିକାଲରେ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି । କରୋନା ସମୟରେ ରାଜ୍ୟ ସରକାର ଡାକ୍ତରଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦେଇଥିବା ବେଳେ ସେମାନେ କିଛି ପ୍ରକୃତ ଯୋଦ୍ଧାର କାର୍ଯ୍ୟ ନ କରି ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ଛୋଟ ଛୋଟ ରୋଗ ପାଇଁ କଟକ ବଡ ମେଡିକାଲକୁ ରୋଗୀଙ୍କୁ ପଠାଉଛନ୍ତି । ଉନ୍ନତମାନର ଚିକିତ୍ସା ମେହିାକଲରେ ମିଳୁ ନାହିଁ, ରୋଗୀ ଆସିଲେ ଡାକ୍ତର ନାହାନ୍ତି କହି ରୋଗୀଙ୍କୁ ଫେରାଇ ଦେଉଛନ୍ତି, ରାତ୍ରି ସମୟରେ ଡାକ୍ତର ଆଦୌ ରହୁ ନାହାନ୍ତି, କରୋନା ଆଳ ନେଇ ରୋଗୀଙ୍କୁ ହନ୍ତସନ୍ତ କରୁଛନ୍ତି, ରକ୍ତ ଭଣ୍ଡାରରେ ରକ୍ତ ଥାଇ ମଧ୍ୟ ଜରୁରୀ ସମୟରେ ରୋଗୀଙ୍କୁ ରକ୍ତ ଦିଆଯାଉ ନାହିଁ, ସରକାରୀ ଡାକ୍ତରଖାନାରେ ଚାକିରି କରୁଥିବା ଡାକ୍ତରମାନେ ଘରୋଇ ଭାବେ ରୋଗୀ ଦେଖିବାରେ ବ୍ୟସ୍ତ ରହୁଛନ୍ତି, ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା କରିବା, ଚିକିତ୍ସାଳୟ ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖାଯିବା, ରୋଗୀ ଓ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ଅଧିକାଂଶ ସମୟରେ ଦୁର୍ବ୍ୟବହାର ପ୍ରଦଶନ କରାଯାଉଥିବା ଆଦି ବିଭିନ୍ନ ଅଭିଯୋଗ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତୁରନ୍ତ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ସଂଗଠନ ପକ୍ଷରୁ ଦାବୀ କରାଯାଇଥିଲା । ଏହି ଆନ୍ଦୋଳନରେ ମହମ୍ମଦ ରେହେମାନ, ଜାହିର ଖାଁ, ସନ୍ତୋଷ ମଲ୍ଲିକ, ସାବିର ଖାଁ ଅମିତ କୁମାର ଜେନା, ଆର୍‌ବାଜ୍ ଖାଁ, ସୁନିଲ ନାୟକ, ମହମ୍ମଦ ସାହେବୁର ରହେମାନ, ସୂର୍ଯ୍ୟକାନ୍ତ ନାୟକ, ସେକ୍ ସାଜିଦ୍‌, ଦୀପକ ଭୋଇ, ମିନାଜ ଖାଁ, ଅମିତ ପୃଷ୍ଟି, ନାସିରୁଦ୍ଦିନ ଖାଁ, ମାନସ ବେହେରା, ମଲ୍ଲିକା ନାଜ, ଯଶୋବନ୍ତ ଦାସ, ରିୟାଜ ଅହେମ୍ମଦ, ନବିନ ହୋ ପ୍ରମୁଖ ସାମିଲ ଥିଲେ ।