Odiapua.com

ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୭ା୭ (ଓଡ଼ିଆ ପୁଅ) : ଆଜି ସ୍ଥାନୀୟ ୟୁନିଟ୍ -୩, ଖାରବେଳନଗରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ମା’ ଭୁବନେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ଶ୍ରୀମତୀ ରଞ୍ଜୁଲତା ରାୟଙ୍କ ନେତୃତ୍ୱରେ ଉକ୍ତ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇଥିଲେ। ଏହି ସଭାରେ ଭୁବନେଶ୍ୱରୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସବିତା ଦାସ, ଇନ୍ଦିରା ରାୟ, ମିଲି ଗୁରୁ, ବନଲତା ବାରିକ, ଜ୍ୟୋତ୍ସ୍ନା ସାହୁ, ନୟନୀ ମହାରଣା, ଦୀପାଞ୍ଜଳୀ ସାହୁ, ଲିଲିମଣି ଦାସ, ଅନୁସୂୟା ରାଉତ ପ୍ରମୁଖ ମହିଳାମାନେ ସଭା ପରିଚାଳନା କରିଥିଲେ। ଏହି ସଭାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ କର, ପୂର୍ବତନ କର୍ପୋରେଟର ନରେନ୍ ସାହୁ, ଖାରବେଳନଗର ସିଟିଜେନ୍ ୱେଲ୍ ଫେୟାର କାଉନ୍ ସିଲ୍ ର ସମ୍ପାଦକ ଭାନୁ ବେହେରା, ଶେଖର ସୋମ ଇତ୍ୟାଦି ଅତିଥି ରୂପେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ସମ୍ବର୍ଦ୍ଧନା ସଭାର ଉତ୍ତରରେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ବିଜେଡ଼ି ସରକାର ମହିଳାମାନଙ୍କ ଉନ୍ନତି ପାଇଁ ବହୁ ପଦକ୍ଷେପ ନେଇଛନ୍ତି ଏବଂ ଆଗାମୀ ଦିନରେ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଆହୁରି ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି ତଥା ଭୁବନେଶ୍ୱରର ଉନ୍ନତି ପାଇଁ ବିଜେଡ଼ି ସରକାର ଆଗାମୀ ଦିନରେ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।