Odiapua.com

ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଭଦ୍ରକ ବିଜୁ ଜନତା ଦଳ ପକ୍ଷରୁ ବିଶ୍ୱାଳ ରକ୍ତଦାନ ଶିବିର

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ଆଜି ହେଉଛି ୭୯ ତମ ଜନ୍ମଦିନ, ନବୀନ ପଟ୍ଟନାୟକ ଙ୍କୁ ପୁରିଛି ୭୮ ବର୍ଷ, ଏଥିପାଇଁ ଆଜି ଭଦ୍ରକ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ଶହ ଏକ ସାଧାରଣ ସଭା ହୋଇଥିଲା। ଆଜିର ଏହି ରକ୍ତଦାନ ଶିବିରରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଭଦ୍ରକ ବ୍ଲକ ଅଧକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟାକ୍ଷା ଗୁଲମକ୍କୀ ହବିବ,ଭଦ୍ରକ ଜିଲ୍ଳା ମହିଳା ସଭାନେତ୍ରୀ ବିଦ୍ୟୁତଲତା ନାୟକ,ଭଦ୍ରକ ବ୍ଲକ ମହିଳା ସଭାନେତ୍ରୀ ଦେବିଦତା ମହାନ୍ତି ଙ୍କ ସମେତ ଅନେକ ବରିଷ୍ଟ, ଯୁବ ମହିଳା ଛାତ୍ର ନେତା କର୍ମୀ ଉପସ୍ଥିତ ଥିଲେ। ରକ୍ତ ପାଇଁ କାହାରି ଜୀବନ ନଯାଉ ସେ ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରିଥିଲେ ନବୀନ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନ ରେ ଏହି ମହାନ କାର୍ଯ୍ୟ କରାଯାଉଥିବାରୁ ଖୁସି ପ୍ରକଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ସେହିପରି ନବୀନ ପଟ୍ଟନାୟକ ଆଜିବି ଲୋକଙ୍କ ହୃଦୟରେ ଅଛନ୍ତି । ତାଙ୍କର ଏହି ଜନ୍ମଦିନ ରେ ରକ୍ତଦାନ କରି ମହାନ କାର୍ଯ୍ୟ ହୋଇଥିବାରୁ ଖୁସି ପ୍ରକଟ କରିବା ସହ ନବୀନ ପଟ୍ଟନାୟକ ଙ୍କ ଦୀର୍ଘାୟୁ କାମନା କରିଛନ୍ତି ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ। ଆଜିର ଏହି ରକ୍ତଦାନ ଶିବିର ରେ ମୋଟ ୧୨୦ ୟୁନିଟ ରକ୍ତ ଗ୍ରହଣ କରାଯିବାର ସୂଚନା ମିଳିଛି।