Odiapua.com

ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ମାନ୍ୟତାକୁ ନେଇ ବାଲେଶ୍ୱରରେ ଖୁସୀ ଲହରୀ

ବାଲେଶ୍ୱର, ୧୭ା୧ (ଓଡ଼ିଆ ପୁଅ/ଅଭୟ ଦାସ): ଏବିପି ନ୍ୟୁଜ ଚ୍ୟାନେଲ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରିବାକୁ ନେଇ ବିଭିନ୍ନ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଏନେଇ ସହରର ସହଦେବଖଌକ୍ଷଗ୍ଧ;ାସ୍ଥିତ ବିଶେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ସ୍ଥାନୀୟ ଅଂଚଳବାସୀ ଆଜି ସମୂହ ଦୀପଦାନ କରିଥିଲେ। ଦେଶର ଅଗ୍ରଣୀ ମିଡିଆ ହାଉସ ଏବିପି ନ୍ୟୁଜ ଓ ସର୍ବେକ୍ଷଣ ସଂସ୍ଥା ସି-ଭୋଟର୍ସ ପକ୍ଷରୁ ହୋଇଥିବା ସର୍ଭେରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଦୀର୍ଘ ୨୧ ବର୍ଷର ସୁଶାସନ ଏବଂ ବିକାଶମୂଳକ ଯୋଜନା କାର୍ଯ୍ୟକାରୀରେ ଶତପ୍ରତିଶତ ସଫଳତା ପାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ସଂସ୍ଥା ଦ୍ୱାରା ଏକ ନମ୍ବର ଭାବେ ବିବେଚନା କରାଯିବା ତାଙ୍କର ଲୋକପ୍ରିୟତାକୁ ପ୍ରମାଣିତ କରୁଛି ବୋଲି ଅଂଚଳବାସୀ କହିଥିଲେ। ଲୋକପ୍ରିୟତାରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦବୀ ଅଳଙ୍କୃତ ସହ ଦେଶବାସୀଙ୍କୁ ସୁଶାସନ ପ୍ରଦାନ ପାଇଁ ସେମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସହଦେବଖୁଂଟା ରୟାଲ କ୍ଲବ ସଭାପତି ଭଗବାନ ମୋହନୀ, ଆଇନଜୀବୀ ଜିତେନ୍ଦ୍ର ଉପାଧ୍ୟାୟ, ରାଜକିଶୋର ରାଉତ, ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ପ୍ରତିଭା ବାରିକ, ଇଂ ଡମ୍ବୁରୁଧର ପ୍ରଧାନ, ଧୀରେନ୍ଦ୍ର ବାରିକ, ଦେବାଶିଷ ସିଂ, ବିନୋଦ ବିହାରୀ ପଣ୍ଡା, ଗେଡା ମୁର୍ମୁ, ପ୍ରବୋଧ ଗଙ୍ଗୋଇ, ସନ୍ତୋଷ କୁମାର ସେନ, ନିହାରିକା ପଟ୍ଟନାୟକ, ହରମୋହନ ଦାସ, ସୁଧୀର କୁମାର ଦାସ, ମହାନ୍ତି ମାଝୀ, କାହ୍ନୁ ସୋରେନ, ସୁନୀତା ଦେବୀ, କମଳା ସୋରେନ, ରାଜେନ୍ଦ୍ର ନାୟକ, ଭାଗବତ ହେମ୍ବ୍ରମ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।