ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ନୂତନ ଭଦ୍ରକ ଜିଲ୍ଲା ସଭାପତି (ବିଧାୟକ ଚାନ୍ଦବାଲି) ବ୍ୟୋମକେଶ ରାୟ ଏବଂ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ରାଜେନ୍ଦ୍ର ଦାସ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ବିଦ୍ୟୁତ ଲତା ନାୟକ ଓ ଅଶୋକ ନାୟକ,ଡ଼. ସଞ୍ଜୟ ଦାସ, ଜିଲ୍ଲାପରିଷଦସଦସ୍ୟ ପ୍ରଦୀପ ମଲ୍ଲିକଙ୍କ ସମେତ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ଆଗାମୀ ଦିନରେ ଶଙ୍ଖ ସଙ୍ଗଠନକୁ ଆହୁରି ମଜଭୂତ କରିବା ସହ ସାଧାରଣ ଜନତାଙ୍କ ସମସ୍ୟା ଓ ଅଧିକାର ପାଇଁ ବିଜୁ ଜନତା ଦଳର ପ୍ରତ୍ୟେକ ଯୁବ ଛାତ୍ର, ମହିଳା ସଙ୍ଗଠନର ଛାମୁଆଁ ନେତୃତ୍ୱ, ଶଙ୍ଖ ସଙ୍ଗଠନ ସୈନିକ ଲଢେଇ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମତପ୍ରକାଶ କରିଛନ୍ତି।