Odiapua.com

ନବୀନଙ୍କ କୁଶପୁତ୍ତଳିକା ଦାହ କଲା ମହିଳା ମୋର୍ଚ୍ଚା ସନ୍ଧ୍ୟାରେ କ୍ୟାଣ୍ଡେଲ ମାର୍ଚ୍ଚ

ଭୁବନେଶ୍ୱର ୩୦-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ସାଲେପୁର ଦୁଷ୍କର୍ମ ପିଡ଼ୀତାଙ୍କର ମୃତ୍ୟୁ ପରେ ରାଜ୍ୟରେ ନାରୀ ସମାଜ ସୁରକ୍ଷିତ ନଥିବା ପ୍ରମାଣ ମିଳୁଛି। ଇତିଶ୍ରୀ, କୁନ୍ଦୁଲି, ସାଲେପୁର ପରି ଗୋଟାଏ ପରେ ଗୋଟାଏ ଦୁଷ୍କର୍ମ ଘଟଣା ଘଟି ଚାଲିଛି। ଆଇନ ଶୃଙ୍ଖଳା ପରିସ୍ଥିତି ରାଜ୍ୟରେ ପୁରା ଭୁଶୁଡି ପଡ଼ିଲାଣି ଏବଂ ଏସବୁକୁ ନେଇ ନବୀନ ପଟ୍ଟନାୟକଙ୍କୁ ଦାୟୀ କରି ବିଜେପି ମହିଳା ମୋର୍ଚ୍ଚା ଭୁବନେଶ୍ୱର ଏବଂ କଟକରେ ପୃଥକ ପୃଥକ ଭାବରେ ନବୀନଙ୍କ କୁଶପୁତ୍ତଳିକା ଦାହ କରିଛି। ଭୁବନେଶ୍ୱରଠାରେ ଆୟୋଜିତ କୁଶପୁତ୍ତଳିକା ଦାହ କାର୍ଯ୍ୟକର୍ମରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ସଂପାଦିକା ବନ୍ଦନା ଦାସ କାନୁନଗୋ ଉପସ୍ଥିତ ଥିବା ବେଳେ କଟକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସ୍ମୃତି ପଟ୍ଟନାୟକ, ରଶ୍ମୀରେଖା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ଏକ ଟିମ ଆଜି ସାଲେପୁର ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯିବାର ଥିବା ବେଳେ ଭୁବନେଶ୍ୱର ଠାରେ ସନ୍ଧ୍ୟାରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା କରାଯିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଜଣାଇଛନ୍ତି।