Odiapua.com

ନବରାତ୍ର ପୂଜା ଅବସରରେ ମା’ ମଣିନାଗଙ୍କ ଠାରେ ଶତଦଳ ପଦ୍ମ ଲାଗି

ନୟାଗଡ଼ ୧୦/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଚଳିତ ବସନ୍ତ ଋତୁ ରେ ମା ମଣିନାଗଙ୍କ ନିକଟରେ ବାସନ୍ତିକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଅଛି। ନବମୀରେ ନବରାତ୍ର ପୂଜା ଶେଷ ହେଉଥିବାରୁ ରାମାୟଣ ବର୍ଣ୍ଣିତ ଶତଦଳ ୧୦୮ ଶ୍ୱେତପଦ୍ମ ଲାଗି ହୋଇଥିବା ଜଣାପଡିଛି। ରାମାୟଣ ପୂରାଣ ଅନୁଯାଇ ରାବଣ ମା’ ଦୁର୍ଗାଙ୍କୁ ପୂଜା କରିବା ପାଇଁ ଶତଦଳ ଶ୍ୱେତପଦ୍ମ ଯୋଗାଡ଼ କରି ନପାରିବାରୁ ଯୁଦ୍ଧରେ ହାରି ଯାଇଥିଲା ବୋଲି ଲୋକକଥା ରହିଅଛି। ଶତଦଳ ଶ୍ୱେତପଦ୍ମ ଲାଗିକଲେ କର୍ତ୍ତ। ଓ ଅଂଚଳର ଅଶେଷ ମଙ୍ଗଳ କାମନା ହୋଇଥାଏ।

ମଣିନାଗଙ୍କ ନିକଟରେ କମିଟି ତରଫରୁ ଅନ୍ତିମ ନବରାତ୍ର ପୂଜା ଅବସରରେ ଶତଦଳ ଶ୍ୱେତପଦ୍ମ ଲାଗିକରି ଅଂଚଳ ବାସୀଙ୍କ ସୁସ୍ଥ ନିରାମୟ ଜୀବନ କାମନା କରାଯାଇଥିବା ଜଣାପଡ଼ିଛି। ପ୍ରତିଦିନ ସକାଳୂ ଷଡାଙ୍ଗ, ସୂର୍ଯ୍ୟପୂଜା, ଦ୍ୱାର ପୂଜା, ଚଣ୍ଡୀପାଠ, ଚଣ୍ଡୀ ଆହୁତି ଆଦି ବିଧି ଅନୁଯାଇ ନିତିକାନ୍ତି ଅବସର ପ୍ରାପ୍ତ ଅଧ୍ୟାପକ ଗୋଦାବରିଶ ଶତପଥି ଙ୍କ ଦ୍ୱାରା କରାଯାଇଥିଲା। ମଣିନାଗ କମିଟିର ସମ୍ପାଦକ ଗୋପାଳ ଚନ୍ଦ୍ର ଦାଶ ଓ କମିଟିର ସମସ୍ତ କର୍ମକର୍ତ୍ତା ନବରାତ୍ର ପୂଜାରେ ସହଯୋଗ କରିଥିଲେ।