Odiapua.com

ନବରଙ୍ଗପୁର, ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ଗାଡ଼ି ଦୁର୍ଘଟଣା : ୩ ମୃତ, ୩୦ ଗୁରୁତର ଆହତ

ନବରଙ୍ଗପୁର ୧୮-୨ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲ୍ଲାରେ ପୋଲିସ ଗାଡ଼ି ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାଅନୁଯାୟୀ, ନିର୍ବାଚନ ଡ୍ୟୁଟି ପାଇଁ ଏକ ପୋଲିସ ବସ ୪୫ ଜଣ ଗ୍ରାମରକ୍ଷୀଙ୍କୁ ନେଇ କୋଷାଗୁମୁଡ଼ା ଅଭିମୁଖେ ଯାଉଥିବା ବେଳେ ସୋରିଷ ପଦର ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ଅନ୍ୟ ୩୦ ଜଣ ଗ୍ରାମରକ୍ଷୀ ଆହତ ହୋଇଥିଲେ ।

ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି। ଆହତମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁଃର୍ଘଟଣାରେ ମୁଖ୍ୟମନ୍ତ୍ରୀ ମବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।