Odiapua.com

ନବରଙ୍ଗପୁର ଜିଲ୍ଲାରେ ସ୍ଵାଧୀନତା ଦିବସ ପାଳନ

ନବରଙ୍ଗପୁର ୧୫/୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ମହା ସମାରୋହରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ। ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ପତାକା ଉତ୍ତୋଳନ କରିଥିଲେ। ଚଳିତ ବର୍ଷ ପ୍ୟାରେଡ଼କୁ ସାଧାରଣ ଜନତାଙ୍କୁ ବାଦ ଦିଆଯାଇଥିବା ବେଳେ ପୋଲିସ ବିଭାଗ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାସହ କରୋନା କଟକଣା ମଧ୍ୟରେ କାର୍ଯ୍ୟକ୍ରମକୁ ସୀମିତ ରଖାଯାଇଥିଲା I ନିଜ ଅଭିଭାଷଣରେ ଜିଲ୍ଲାପାଳ ସ୍ଵାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲାର ଭୂମିକା ବିଷୟରେ ସ୍ମୃତି ଚାରଣ କରିବା ସହିତ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ କୁ ପ୍ରଶଂସା କରିଥିଲେ I ଏହାସହ କାର୍ଯ୍ୟକ୍ରମରେ ନବରଙ୍ଗପୁର ମ୍ୟୁସିପାଲିଟି ଓ ସ୍ୱାସ୍ଥ୍ୟ ବିଭାଗ ର ୨୧ ଜଣ କୋରନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇ ଥିବାବେଳେ ବହୁ ସାହାସିକତା କାର୍ଯ୍ୟ କରିଥିବା ବ୍ୟକ୍ତି/ଯୁବକ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସାମାଜିକ କ୍ଷେତ୍ରରେ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। କରୋନା କଟକଣା ପାଇଁ କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା।