Odiapua.com

ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ନବରଙ୍ଗପୁର ୨୧/୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ସମଗ୍ର ବିଶ୍ୱରେ ଆଜିର ଦିନରେ ଯୋଗ ଦିବସ ରୂପେ ପାଳନ କରାଯାଏ।୨୦୧୫ମସିହା ଠାରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ସମସ୍ତ ନାଗରିକମାନଙ୍କୁ ଯୋଗ ଦ୍ୱାରା ଶରୀର କିପରି ସୁସ୍ଥ ରହିବ, ଯୋଗ ଦ୍ୱାରା ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିବ ଏବଂ ଶରୀରରେ କୌଣସି ରୋଗ ରହିବ ନାହିଁ ବୋଲି ବିଶ୍ୱାସ କରାଯାଏ। ଏହି ବିଶ୍ୱାସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସାଧାରଣ ଙ୍କୁ ଅନୁରୋଧ କରି ଜୁନ ମାସ ୨୧ତାରିଖ ଦିନ ଯୋଗ କରିବା ପାଇଁ ଅନୁରୋଧ କରିଥିଲେ ଏବଂ ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଜୁନ ମାସ ୨୧ତାରିଖ ଦିନକୁ ଯୋଗ ଦିବସ ରୂପେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରାଙ୍ଗଣରେ ଲାଇନ୍ସ କ୍ଲବ, ନେହୁରୁ ଯୁବ କେନ୍ଦ୍ର ଏବଂ ପତଞ୍ଜଳି ଯୋଗ ଗ୍ରୁପ ଏବଂ ମହିଳା ମହାବିଦ୍ୟାଳୟ ତରଫରୁ ଯୋଗ ଦିବସକୁ ଆୟୋଜନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର, ସମ୍ମାନୀୟ ଅତିଥି ଭାବେ ଏ ଡି ଏମ ଭାସ୍କର ରୋଇତ, ବରିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ନବରଙ୍ଗପୁର ତହସିଲଦାର, ନବରଙ୍ଗପୁର DRDA PD, ନବରଙ୍ଗପୁର ବିବି କଲେଜର ପ୍ରିନସିପାଲ, ଡ଼ଃ କେଡ଼ି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଯୋଗ ବିଷୟରେ କହିଥିଲେ। ଠିକ ସେହିପରି ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ମଧ୍ୟ୍ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉମରକୋଟ ମହାବିଦ୍ୟାଳୟ ର ଡ଼ଃ ଶେଷାଣନ୍ଦ ମିଶ୍ର, ମହିଳା ମହାବିଦ୍ୟାଳୟର ପ୍ରିନସିପାଲ ମଲେଶ୍ୱରୀ ସାହୁ, ଏମ ରୋହିଣୀ ରାଣୀ, ଡ଼ଃ ସଂଯୁକ୍ତା ପଣ୍ଡା, ସୁନିତା ମିଶ୍ର, ଏବଂ ଯୋଗ ଗୁରୁ ଶିବ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଯୋଗ ସମ୍ପର୍କ ରେ ବୁଝାଇଥିଲେ। ଏଥି ସହ ଉମରକୋଟ ସହର ରେ ଥିବା ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ପତଞ୍ଜଳି ଗ୍ରୁପ ତରଫରୁ ଯୋଗ ଦିବସ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅଶୋକ କୁମାର ପ୍ରଧାନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।ଉକ୍ତ ଯୋଗ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଯୋଗ ଶିକ୍ଷା କରିଥିଲେ।