Odiapua.com

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଲଜ୍ଜା । ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ କେନ୍ଦ୍ରାପଡ଼ା ଜିଲ୍ଲା ଖଳି ଅଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁସାରେ, ଗତ ୬ ତାରିଖ ରାତିରେ ଝିଅଟି ବାହାରକୁ ଉଠିଥିବା ବେଳେ ୨ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଦୁଷ୍କର୍ମ କରି ୨ଜଣ ଯୁବକ ଘର ପାଖରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ଘର ଲୋକେ ଖୋଜାଖୋଜି କରିବା ପରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପାଇଥିଲେ । ଏହି ଘଟଣାକୁ ଗାଁର କିଛି ଲୋକ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ଛାତ୍ରୀଙ୍କ ପରିବାର ଲୋକେ ରାଜି ନହେବାରୁ ଯୁବକଙ୍କ ଘର ଲୋକେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି ।ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଆଳି ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିବା ସହ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଜିଲ୍ଲା ଚିକିତ୍ସାଳୟରେ ଛାତ୍ରୀଙ୍କ ଚିକିତ୍ସା ହେଉଥିବା ମଧ୍ୟ ସୂଚନା ମିଳିଛି ।