Odiapua.com

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ଘଟଗାଁ, ୪.୧.୧୭(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କଲେକ ଛକ ନିକଟସ୍ଥ ମୁଣ୍ଡାସାହିରେ ଜଣେ ଯୁବକ ବିଷପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ସୁନିଆ ମୁଣ୍ଡା। ସୁନିଆଙ୍କ ମାଆଙ୍କ କହିବା ଅନୁଯାୟୀ ଗତକାଲି ଘରେ କେହି ନଥିବା ସମୟରେ ସୁନିଆ ପିଇ ଦେଇଥିଲେ ପରିବାର ଲୋକେ ଘରକୁ ଆସିବା ପରେ ସୁନିଆ ତାଙ୍କ ମାଆଙ୍କୁ ବିଷପିଇବା ବିଷୟରେ ଜଣାଇଥିଲେ ପରିବାର ଲୋକେ ଏବିଷୟରେ ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ କରି ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଆତ୍ମହତ୍ୟା ପ୍ରକୃତ କାରଣ ଜଣାପଡିନାହିଁ।