Odiapua.com

ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଉପରେ ‘ମୋନା’ର ପୁସ୍ତକ ପ୍ରକାଶନ ନିଷ୍ପତି

ବାଲେଶ୍ୱର, ୧୨ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ, ‘ମୋନା’ ବାଲେଶ୍ୱର ଶାଖାର ଏକ ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ପରାମର୍ଶଦାତା ରୋଟାରିଆନ୍ ସୁବ୍ରତ କର ଏଥିରେ ଯୋଗଦେଇ ନବକୃଷ୍ଣ ଚୌଧୁରୀଙ୍କ ଉପରେ ପୁସ୍ତକ ପ୍ରକାଶନ ସମ୍ପର୍କରେ ଆଲୋକପାତ କରିଥିଲେ। ଡ- ଶିରୀଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ୫ଜଣିଆ କମିଟି ଗଠନ ସହ ସଂସ୍କୃତି ବିଭାଗର ଆର୍ଥିକ ସହାୟତା ପାଇଁ ଆବେଦନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏଥି ସହିତ ଆସନ୍ତା ଏପ୍ରିଲ୍ ମାସରେ ସଂଗଠନରବାର୍ଷିକ ଉତ୍ସବକୁ ଲକ୍ଷ୍ୟ ରଖି ଅର୍ଥସଂଗ୍ରହ ଓ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ମହିଳାମାନଙ୍କ ଉପରେ ନିଶା ଜନିତ ହେଉଥିବା ଅତ୍ୟାଚାର କାରଣରୁ ଥାନାରୁ କିପରି ନ୍ୟାୟ ପାଇବେ ସେ ବିଷୟରେ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରାଯିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା। କୁମୁନ୍ଦ ରଞ୍ଜନ ଗିରି, ଗୌରାଙ୍ଗ ପାଣିଗ୍ରାହୀ, ଅର୍ଚ୍ଚନା ନନ୍ଦୀ, ତ୍ରିଦିବ ନାୟକ, ପ୍ରସନ୍ନ କୁମାର ପାଢ଼ୀ, ମହମ୍ମଦ ଇସ୍‌ଲାମ୍‌, ସୀତାରାମ ପ୍ରଧାନ, କମଳାକାନ୍ତ ଦାଶ, ଶ୍ୟାମସୁନ୍ଦର ଜେନା, ଜ୍ୟୋତ୍ସ୍ନା ପାଣି, ଯୋଗେଶ ଚନ୍ଦ୍ର ପ୍ରଧାନ, ଭାରତୀ ପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସରସ୍ୱତୀ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।