Odiapua.com

ନବଉତ୍କଳର ନିର୍ମାତା ମଧୁବାବୁଙ୍କ ଜନ୍ମ ପୀଠରେ ପାଳିତ ହେଲା ଉତ୍କଳ ଦିବସ

କଟକ :୨/୪ (ଓଡ଼ିଆ ପୁଅ/ ଅଭୟ ଜେନା) ଉତ୍କଳଗୌରବ ମଧୁ ବାବୁଙ୍କ ଜନ୍ମ ମାଟି କଟକ ଜିଲ୍ଲା ସତ୍ୟଭାମା ପୁରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ମହାନ ଦିବସକୁ ସମଗ୍ର ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ ପ୍ରମୁଖ ବିନ୍ଧାଣୀ ମାନେଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଥିଲେ, ସେମାନେ ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳ ମଣି ଗୋପବନ୍ଧୁ ଦାସ, ସ୍ୱଭାବ କବି ଗଙ୍ଗାଧର ମେହେର, ରାଧାନାଥ ରାୟ ପ୍ରମୁଖଙ୍କ ଅବଦାନ ଅତୁଳନୀୟ। ସେ ସମୟରେ ବଙ୍ଗ, ବିହାର, ଓଡ଼ିଶା ଏକତ୍ର ଥିଲା। ବଙ୍ଗୀୟମାନେ ଓଡିଶାରେ ରାଜୁତି କରୁଥିଲେ ଓ ଓଡିଶାର ଲୋକମାନଙ୍କୁ ନୀଚ ଓ ହୀନଦୃଷ୍ଟିରେ ଦେଖୁଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିବାପାଇଁ ଓଡିଶାକୁ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟରେ ପରିଣତ କରିବାରେ ରାଜ୍ୟର ବରପୁତ୍ରମାନଙ୍କ ଅବଦାନ ଚିର ସ୍ମରଣୀୟ। ଓଡିଶା ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ ପରିଣତ ହୋଇଥିଲା।

ବାସ୍ତବ କ୍ଷେତ୍ରରେ ଆମ ରାଜ୍ୟ ଓଡିଶା ଆଜି ବହୁ ପ୍ରଗତି ପଥରେ ଅଗ୍ରସର ହୋଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଓଡିଶାର ଯେଉଁ ଵୀର ଓ ବରପୁତ୍ର ମାନେ ସେମାନଙ୍କ ତ୍ୟାଗ ନିଷ୍ଠା ଓ ଏକାଗ୍ରତା ବଳରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ ପରିଣତ କରିଛନ୍ତି, ସେମାନଙ୍କୁ ଆମେ କେତେ ମନେ ରଖିଛୁ ? ଆଜିର ଯୁଗରେ ମଣିଷ ସମାଜ ପ୍ରତ୍ୟେକ ନିଜନିଜ କାର୍ଯ୍ୟ ସମ୍ପାଦନରେ ବ୍ୟସ୍ତ। ପ୍ରତ୍ୟକ ମଣିଷ ଅର୍ଥ ଓ ସ୍ୱାର୍ଥ ପଛରେ ଧାଉଁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏ ଵୀର ଓ ବର ପୁତ୍ରମାନଙ୍କୁ ମନେରଖୁଛି କିଏ ? ଯଦି ସରକାରୀ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାନ୍ତା, ତେବେ ଓଡ଼ିଆ ଭାଷା କୁ ପ୍ରତ୍ୟକ କାର୍ଯ୍ୟାଳୟ ରେ ବାଧ୍ୟତାମୂଳକ କରାଯିବା ସହିତ ପ୍ରତ୍ୟକ ସରକାରୀ ଅଫିସ ପରିସରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଆନ୍ତା, ତେବେ ଆଗାମୀ ପିଢ଼ୀ ହୁଏତ ମନେରଖନ୍ତେ।

ଉତ୍କଳଗୌରବ ମଧୁସୂଦନଙ୍କ ଜନ୍ମମାଟି ସାଲେପୁରର ସତ୍ୟଭାମାପୁରରେ ଆବଶ୍ୟକୀୟ ବିକାଶ ହୋଇପାରିନାହିଁ। ଉତ୍କଳ ଦିବସ ଅବସରରେ ଜନ୍ମପୀଠରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ସ୍ମୃତିଚାରଣ କରିଥିଲେ। ଏଠାରେ ଯଦି ଅଧିକ ବିକାଶ କାର୍ଯ୍ୟ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତି ଏହି ସ୍ଥାନ ଆହୁରି ବିକଶିତ ହୋଇପାରିବା ସହିତ ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ବତନ୍ତ୍ର ଅଧିକାର କରିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।