Odiapua.com

ନନ୍ଦିଘୋଷ ରଥଚକ ସ୍ଥାପନା ସ୍ମରଣ ପାଇଁ ଭଜନ ସମାରୋହ

ନୟାଗଡ଼, ୨୦ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପୁରୀର ଶ୍ରୀଜୀଉଙ୍କ ନବକଳେବରର ନନ୍ଦିଘୋଷ ରଥ ଚକକୁ ଏଠାରେ ସ୍ଥାପନା କରାଯାଇଥିଲା। ଏହି ରଥଚକର ସ୍ମୁତିକୁ ରୋମନ୍ଥନ କରିବା ପାଇଁ ଏବଂ ଶ୍ରୀଜୀଉଙ୍କ ସ୍ନାନପୂର୍ଣ୍ଣିମା ଉପଲକ୍ଷେ ଏକ ଭକ୍ତିମୟ ପରିବେଶରେ ଏଠାରେ ଭଜନ ସମାରୋହ ଆୟୋଜନ ହୋଇଥିଲା। ଓଡ଼ିଶାର ନାମକରା ଭଜନ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ୍, ନବକିଶୋର ମିଶ୍ର, ଭିକାରୀ ମହମ୍ମଦ ପ୍ରମୁଖ କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ.ବିଜୟ କୁମାର ଚୌଧରୀ ସଂଯୋଜନା କରିଥିଲେ।