Odiapua.com

ନନ୍ଦିଘୋରରେ ସମ୍ବର୍ଦ୍ଧନା ସମାରୋହ

ନୟାଗଡ଼, ୧୨ା୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)- ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରେ ନିଜ ମାଟିର କୃତି ସନ୍ତାନଙ୍କ ଉଦ୍ଦେଶ୍ୟରେ ନନ୍ଦିଘୋର ପଂଚାୟତ ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ସରପଂଚ ଶ୍ୱେତାଲୀନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହ ଉତ୍ସବରେ ଓଡ଼ିଶା ଶିକ୍ଷା ସେବା ଓ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୩ଜଣ କୃତବିତ୍ଙ୍କୁ ମାନପତ୍ର ଓ ଉପଢୌକନ ଓ ଶ୍ରୀଜଗନ୍ନାଥଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଚନ୍ଦନ କୁମାର ରଥ, ଗୀତାଞ୍ଜଳୀ ସାହୁ ଓ ରଶ୍ୱୀ ରଂଜନ ସେନାପତିଭ(ଓଏଏସ୍)। ସେମାନଙ୍କ ପାରଦର୍ଶୀତାରେ ଗ୍ରାମ୍ୟବାସୀ ଗର୍ବ କରିବା ସହ ସେମାନଙ୍କୁ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗ୍ରାମ୍ୟ ପରିକ୍ରମା କରିଥିଲେ।

ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥିଭାବେ ଜିଲା ସମବାୟ ବ୍ୟାଙ୍କ ର ସଭାପତି ଲୋକନାଥ ସାହୁ, ମୁଖ୍ୟବକ୍ତାଭାବେ ସାମାଜିକ କର୍ମୀ ରାମକୃଷ୍ଣ ରଥ, ସମ୍ମାନୀତ ଅତିଥିଭାବେ ଜିଲାପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ପ୍ରତିଭୂ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ପଂଚାୟତର ବିଭିନ୍ନ ଶିକ୍ଷାନୁଷ୍ଠ।।ନର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଏହି ଉତ୍ସବର ସଂଯୋଜକଭାବେ ଗଜେନ୍ଦ୍ର କୁମାର ମହାରଣା ଯୋଗଦେଇ ଉତ୍ସବର ଆଭିମୁଖ୍ୟ ପ୍ରତିପାଦନ କରିଥିଲାବେଳେ ଆଇନଜୀବୀ ସୁରେନ୍ଦ୍ର କୁମାର ନାୟକ, ସୁଧାକର ଷଡ଼ଙ୍ଗୀ, ସୁକାନ୍ତ କୁମାର ସାହୁ ଓ ଭଗବାନ ରାଉତ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ।