Odiapua.com

ନନ୍ଦିଘୋରରେ ବିଶିଷ୍ଟ ମଂଚ କଳାକାର ପ୍ରଭାତ ମହାରଣା ପ୍ରତିଭା ସମ୍ବର୍ଦ୍ଧିତ

ନୟାଗଡ଼, ୧୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମଂଚକଳା ପାଇଁ ପୁରଷ୍କୃତ ହୋଇଥିବା ଓଡ଼ଗାଁ ବ୍ଳକ ନନ୍ଦିଘୋର ମାଟିର ସୁଯୋଗ୍ୟ ସନ୍ତାନ ପ୍ରଭାତ କୁମାର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନନ୍ଦିଘୋର ପଂଚାୟତ ପକ୍ଷରୁ ସରପଂଚ ଶ୍ୱେତାଲୀନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ମହାରଣାଙ୍କୁ ଉତ୍ତରୀୟ, ମାନପତ୍ର ଦିଆଯାଇ ବିପୂଳ ଉଦ୍ଦିପନା ଓ ଉତ୍ସାହ ସହକାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଅନୁବାଦକ ତଥା କବି ଶରତ ଚନ୍ଦ୍ର ଆଚାର୍ଯ୍ୟ, ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ସମାଜସେବୀ ରାମଚନ୍ଦ୍ର ସାହୁ, ପ୍ରାକ୍ତନ ଶିକ୍ଷକ ଚିନ୍ତାମଣୀ ମିଶ୍ର, ପାଣି ପଂଚାୟତ ଅଧ୍ୟକ୍ଷ ସୁଧାକର ଷଡ଼ଙ୍ଗୀ, ସମିତିସଭ୍ୟ ବ୍ରଜ କିଶୋର ଡାକୁଆ ପ୍ରମୁଖ ଅତିଥିଭାବେ ଯୋଗଦେଇ ମଂଚକଳାର ଦିଗଦର୍ଶକ, ଜଣେ କଳାନୁରାଗୀ ତଥା କଳାରେ ବୁଡ଼ି ରହି ଭାବକୁ କଳାର ଜୀବନ୍ତ ରୂପ ଦେଉଥିବା ମଣିଷ ଭାବେ ପ୍ରଭାତ କୁମାର ମହାରଣା ଏମାଟି ପାଇଁ ଗର୍ବିତ ବୋଲି ଅତିଥିମାନେ କହିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ସାହିତ୍ୟନୁରାଗୀ ଗଜେନ୍ଦ୍ର କୁମାର ମହାରଣା ସଂଯୋଜନା କରିଥିଲାବେଳେ ସୁକାନ୍ତ ସାହୁ, ରମେଶ ପରିଡ଼ା, ଆଇନଜୀବୀ ସୁରେନ୍ଦ୍ର ନାୟକ, ମନୋଜ ପଟ୍ଟନାୟକ ପ୍ରମୁଖ ମଂଚ ପରିଚାଳନାରେ ସହଯୋଗ କରିଥିଲେ। ସର୍ବଶେଷରେ ସାମ୍ବାଦିକ ରାମକୃଷ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।