Odiapua.com

ନନ୍ଦିଘୋର,ରାବେରା, ନଥିଆପଲ୍ଲୀ, କୁରୁମବାଙ୍କତରାକୁ କଂଟେନମେଂଟ ଜୋନ ଘୋଷଣା, ଜାମୁସାହି ମୁକ୍ତ

ନୟାଗଡ଼, ୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। କମିବା ବଦଳରେ ସଂକ୍ରମିତ ବଢିବାରେ ଲାଗିଛନ୍ତି। ଗୋଷ୍ଠୀ ସଂକ୍ରମଣ ବଢିବା ଆଶଙ୍କାରେ ଜିଲାପାଳ ଆଗୁଆ ପଦକ୍ଷେପ ବି ନେଉଛନ୍ତି। ଯେଉଁ ପଂଚାୟତରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠାରେ ତ୍ୱରିତ ପଦକ୍ଷେପ ନେଉଛନ୍ତି। ଓଡ଼ଗାଁ ବ୍ଳକର ନନ୍ଦିଘୋର ପଂଚାୟତର ନନ୍ଦିଘୋର, ରାବେରା ପଂଚାୟତର ରାବେରା, କୁରାଳ ପଂଚାୟତର ନଥିଆପଲ୍ଲୀ, ରବିଗାଡ଼ିଆ ପଂଚାୟତର କୁରୁମବାଙ୍କତରାକୁ ଜିଲାପାଳ ଡଃ ପୋମା ଟୁଡୁ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି। ଏହା ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ନୟାଗଡ଼ ବ୍ଳକର ଖୁଟୁବନ୍ଧ ପଂଚାୟତର ଜାମୁସାହିକୁ କଂଟେନମେଂଟ ଜୋନରୁ ହଟାଇ ଦିଆଯାଇଥିବା ଜିଲାପ୍ରଶାସନ ପକ୍ଷରୁ ଜଣାପଡ଼ିଛି।